ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ମିଶନ ୧୦୦ର ୨ୟ ପର୍ଯ୍ୟାୟ ବିଇଓ ଚୁଡ଼ାମଣି ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜବୋଡାସମ୍ବର ବିଇଓ ଏହାକୁ ଉଦ୍ଘାଟନ କରିଥିଲେ । ପ୍ରଥମେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ରଜତ ସାହୁ ଉଭୟ ମହାପୁରୁଷଙ୍କ ବିଷୟରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ସମୟର ସଦୁପଯୋଗ ସହ କଠିନ ପରିଶ୍ରମ କରି ସମସ୍ତ ବିଷୟରେ ୧୦୦ ନମ୍ବର ରଖିବା ପାଇଁ ବିଭିନ୍ନ ସୂତ୍ର ବିଷୟରେ ଆଲୋଚନା କରିଥିଲେ । ଏହି ଶିବିରରେ ପାଇକମାଲ ବ୍ଲକର ୯୦ ଜଣ ଛାତ୍ରଛାତ୍ରୀଙ୍କୁ ୧୭ ଜଣ ସାଧନ କର୍ମୀ ପ୍ରଶିକ୍ଷଣ ଦେଇଥିଲେ । ଏବିଇ ଓ ଧଳେନ୍ଦ୍ର ବାରିକ ଓ ରାଧେଶ୍ୟାମ ମେହେର ମଞ୍ଚାସୀନ ଥିଲେ । ବବିତା ବେହେରା, ସୁଦାମ ପାଣ୍ଡେ, ଲଳିତ କୁମାର ବିଶ୍ୱାଳ, ଆନନ୍ଦିନୀ ସେଠ୍, ଅମିତ ସାହୁ, ଜଗବନ୍ଧୁ ସ୍ଵର୍ଣ୍ଣଲତା ସ୍ଵାଧୀନ, ନିରୁପମା ସାହୁ, ମନୋଜ କୁମାର ସାହୁ ସହଯୋଗ କରିଥିଲେ । ତ୍ରିଲୋଚନ ନାୟକ ମଞ୍ଚ ପରିଚାଳନା ଓ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।