ବଲାଙ୍ଗିର ଲୋକ ଉତ୍ସବରେ ସାମ୍ବାଦିକଙ୍କୁ ଅସମ୍ମାନ ଅଭିଯୋଗ : ପ୍ରବେଶ ପରଚିୟ ପତ୍ର ଫେରାଇ ଦେଲେ ସାମ୍ବାଦିକ
ବଲାଙ୍ଗିର : ବଲାଙ୍ଗିର ଲୋକ ଉତ୍ସବରେ ସାମ୍ବାଦିକଙ୍କୁ ଅସମ୍ମାନ ଅଭିଯୋଗ । ଗତ ୨୦ ତାରିଖରୁ ଆରମ୍ଭ ହୋଇଥିବା ବଲାଙ୍ଗିର ଲୋକ ଉତ୍ସବର କାଲି ଥିଲା ତୃତୀୟ ସନ୍ଧ୍ୟା । ତୃତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମ ପୂର୍ବରୁ ପାର୍କିଂକୁ ନେଇ ତୁତୁ ମେମେ ହୋଇଥିଲା । ଯାହା ସାମ୍ବାଦିକଙ୍କ ସମ୍ମାନହାନୀ ହୋଇଥିଲା ବୋଲି ସାମ୍ବାଦିକ ମାନେ ଅଭିଯୋଗ କରଥିଲେ । ଆଉ ଏଥିପାଇଁ ବଲାଙ୍ଗିର ଲୋକ ଉତ୍ସବକୁ ଖବର ପରିବେଷଣ କରିବା ପାଇଁ ଯାଇଥିବା ସାମ୍ବାଦିକ ମାନେ ସମସ୍ତେ ଏକଜୁଟ ହୋଇ ଲୋକ ଉତ୍ସବ ପ୍ରବେଶ ପରଚିୟ ପତ୍ର ଫେରାଇ ଦେଇଥିଲେ । ଯାହା ଜିଲ୍ଲାରେ ଏବେ ଜୋର ଚର୍ଚ୍ଚାର ବିଷୟ ପାଲଟିଛି ।