oom

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରିତା କର୍ମଶାଳା

jsmm

ଭୁବନେଶ୍ୱର, (ପିଆଇବି) : ରାଜ୍ୟରେ ‘ଜାତୀୟ ଶିକ୍ଷାନୀତି ୨୦୨୦’ ପ୍ରଚଳନପାଇଁ ଆରମ୍ଭ ହୋଇଥିବା ତିନିଦିନିଆ ଜାତୀୟ କର୍ମଶାଳାର ଦ୍ଵିତୀୟ ଦିବସରେ ଆଜି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଦଶଟି ବୌଦ୍ଧିକ ଦଳ ଗଠନ କରାଯାଇ ଶିକ୍ଷାବିତ ଓ ବୁଦ୍ଧିଜୀବୀଙ୍କ ମତଗ୍ରହଣ କରାଯାଇଥିଲା । ଏନ୍‌ସିଇଆର୍‌ଟିର ନିର୍ଦ୍ଦେଶକ ପ୍ରଫେସର ଦିନେଶ ପ୍ରସାଦ ସକଲାନୀ ପ୍ରତ୍ୟେକ ଦଳ ଯଥା : – ପ୍ରାରମ୍ଭ ଏବଂ ପ୍ରସ୍ତୁତି ପର୍ଯ୍ୟାୟ, ମଧ୍ୟ ଏବଂ ମାଧ୍ୟମିକ ପର୍ଯ୍ୟାୟ, ମାଧ୍ୟମିକ ପର୍ଯ୍ୟାୟ, ମୂଲ୍ୟାୟନ ଏବଂ ପରୀକ୍ଷା ସଂସ୍କାର, ଶିକ୍ଷକ ଶିକ୍ଷା ଏବଂ ଶିକ୍ଷକଙ୍କ ବୃତ୍ତିଗତ ବିକାଶ, ଦକ୍ଷତା ଶିକ୍ଷା, ପ୍ରଯୁକ୍ତି ବିଦ୍ୟା ଏବଂ ଡିଜିଟାଲ ଶିକ୍ଷା, ବିଦ୍ୟାଳୟ ପରିଚାଳନା ଏବଂ ସଂସ୍କୃତି, ଭିତ୍ତିଭୂମି ପର୍ଯ୍ୟାୟ ଏବଂ ବିଦ୍ୟାଳୟ ଶିକ୍ଷା ପାଇଁ ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା ଆଦିକୁ ଦିଗଦର୍ଶନ ଦେବାସହ ନିର୍ଦ୍ଧିଷ୍ଟ ସମୟ–ସୀମା ମଧ୍ୟରେ କାର୍ଯ୍ୟ ସାରିବାକୁ ନିବେଦନ କରିଥିଲେ । ଏଥିରେ ଅଜିମ ପ୍ରେମଜୀ ସଙ୍ଗଠନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅନୁରାଗ ବେହାର, ଏନ୍‌ସିଇଆର୍‌ଟିର ପ୍ରଫେସର ଅମରେନ୍ଦ୍ର ପ୍ରସାଦ ବେହେରା, ପ୍ରଫେସର ରଞ୍ଜନା ଅରୋରା, ପ୍ରଫେସର ଶଙ୍କର ମାରୱାଡା, ପ୍ରଫେସର ଶଶିକଳା ୱାଞ୍ଜେରୀ ଓ ପ୍ରଫେସର ପଙ୍କଜ ଅରୋରା ପ୍ରମୁଖଙ୍କ ସମେତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ଦିଗଦର୍ଶନ ଦେଇଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଶାଳିନୀ ପଣ୍ଡିତ ପ୍ରତ୍ୟେକ ସମୂହରେ ଯୋଗଦେଇ ଶିକ୍ଷାବିତ ମାନଙ୍କଠାରୁ ମତାମତ ସଂଗ୍ରହ ସହ ଆଲୋଚନା କରିଥିଲେ । ଦେଶର ଓ ରାଜ୍ୟର ପ୍ରମୁଖ ଶିକ୍ଷାବିତଙ୍କ ପରାମର୍ଶ ଅନୁଯାୟୀ ରାଜ୍ୟ ପାଠ୍ୟକ୍ରମ ଆଧାରର ରୂପରେଖା ଓ କାର୍ଯ୍ୟନ୍ୱୟନ କରାଯିବ । ଏହି କାର୍ମଶାଳା ଆସନ୍ତାକାଲି ଉଦ୍‌ଯାପିତ ହେବାର କାର୍ଯ୍ୟକ୍ରମ ରହିଛି ।

jittmm
Leave A Reply

Your email address will not be published.