ତୃତୀୟ ଦିବସରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

  • ଦର୍ଶକ ମାନଙ୍କୁ ହସାଇଲେ ଟିଙ୍କୁ ଟିଙ୍ଗାଲୁ ଓ ମିସ୍‌ ମିଲି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦପୁର ଉପଖଣ୍ଡ ଟାଲ ଗ୍ରାମ ଠାରେ ତୃତୀୟ ଦିବସରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ମାନଙ୍କ ପୂଜାପାଠରେ ସୂର୍ଯ୍ୟ ପୂଜା, ଚର୍ତୁଦ୍ଧା ମୂର୍ତ୍ତିଙ୍କ ମହାସ୍ନାନ, ଷୋଢଷ ଉପଚାର ପୂଜା, ଜଗନ୍ନାଥ ସହସ୍ର ନାମ ପଠନ, ଭଗବତ ଗୀତା ପଠନ, ସଂଧ୍ୟା ଆରତୀ ହୋଇଥିଲା । ଆଜି ବାଲାଜୀ ମଠରେ ଜଗନ୍ନାଥ, ସୁଭଦ୍ରା, ବଳରାମ ମହାପ୍ରଭୂଙ୍କୁ ଗାଁ ପରିକ୍ରମା କରି ବିଶାଳ ଶୋଭାଯାତ୍ରାରେ ପୂଜା ମଣ୍ଡପକୁ ଅଣାଯାଇଥିଲା । ଭକ୍ତ ମାନଙ୍କ ପାଇଁ ମଧ୍ୟାହ୍ନ ସମୟରେ ପାରାୟଣ ଗାୟିକା ବର୍ଷାରାଣୀ ତ୍ରିପାଠୀ ପାରାୟଣ ଗାନ କରିଥିଲୋ । ସଂଧ୍ୟାରେ କିର୍ତ୍ତନଧାରା କାର୍ଯ୍ୟକ୍ରମରେ ଗାୟକ ଡୋଳାମଣି ମହାରଣା, ବାୟକ ବିଶ୍ୱାମିତ୍ର ପାଣ୍ଡେ ଟିମ୍‌ ଅଂଶ ଗ୍ରହଣ କରିଥିଲେ । ରାବଣ ଦରବାରରେ ଉପଦେଷ୍ଟା କମିଟିର ସଦସ୍ୟ ଚନ୍ଦ୍ରମଣି ସାହୁଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ପଦ୍ମପୁର ଏସ୍‌ଡ଼ିପିଓ ଅମ୍ରିତପାଲ କଅଁର, ଡ. ପ୍ରଭାତ ତ୍ରିପାଠୀ, ଡ. ଗୀତା ପିୟୁସ ସିନ୍ଧୁ ମିଶ୍ର, ଡ. ଲୋକପାଲ ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ଦରବାର କାର୍ଯ୍ୟକ୍ରମରେ ଓଡିଶାର ପ୍ରସିଦ୍ଧ ସାଂସ୍କୃତିକ ଦଳ ବୋଧ ସାଂସ୍କୃତିକ ଅନୁଷ୍ଠାନ ତୋରା ଓ ଭବାନୀ କଳାପରିଷଦ ବଲାଙ୍ଗିର ଦଳ ଯୋଗ ଦେଇଥିଲେ । ପଶ୍ଚିମ ଓଡିଶାର ପ୍ରସିଦ୍ଧ ହାସ୍ୟଅଭିନେତା ଟିଙ୍କୁ ଟିଙ୍ଗାଲୁ ଓ ମିସ୍‌ ମିଲି ଟିମ୍‌ର ଅଭିନୟରେ ଦର୍ଶକମାନେ ଉତ୍ସାହିତ ହୋଇଥିଲେ । ମିନା ବଜାର ପଡିଆରେ ଗଞ୍ଜାମର ଜଗନ୍ନାଥ ଅପେରା ଅନୁଷ୍ଠିତ ହୋଇଥିଲା । ମିନା ବଜାରରେ ହଜାର ହଜାର ଦର୍ଶକ ମାନଙ୍କର ସମାବେଶ ଦେଖିବାକୁ ମିଲିଥିଲା । ଆସନ୍ତାକାଲି ପାରାୟଣ ଗାୟିକା ମନାଲୀ ମହାପାତ୍ର, ବନବାସପାଲିର କୃଷ୍ଣଗୁରୁ, କମେଡି କିଙ୍ଗ ଯୋଗେଶ ଯୋଯୋ ଟିମ୍‌, ପଶ୍ଚିମ ଓଡିଶାର ପ୍ରସିଦ୍ଧ ସାଂସ୍କୃତିକ ଦଳ ଯୋଗଦେବେ ବୋଲି ପୂଜା କମିଟିର ସଂପାଦକ ଧିରେନ ବିଶ୍ୱାଲ ସୂଚନା ଦେଇଛନ୍ତି । ପୂଜା କମିଟି, ଉପଦେଷ୍ଟା କମିଟି, ଶାନ୍ତି କମିଟି, ଗ୍ରାମବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.