csstore

ବଲାଙ୍ଗିରରେ ଏକ ଆୟୁର୍ବେଦ ବିଶ୍ୱ ବିଦ୍ୟାଳୟ ସ୍ଥାପନ ପାଇଁ ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆମ ରାଜ୍ୟରେ ବିଭିନ୍ନ ବିଭାଗରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷାର ବିକାଶ ଓ ଗୁଣାତ୍ମକ ମାନବୃଦ୍ଧି ପାଇଁ ପୃଥକ ବିଶ୍ୱ ବିଦ୍ୟାଳୟମାନ ରହିଛି । ମାତ୍ର ଆୟୁର୍ବେଦ ବିଭାଗରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ପୃଥକ ବିଶ୍ୱ ବିଦ୍ୟାଳୟ ରାଜ୍ୟରେ ଅଦ୍ୟାବଧି ସ୍ଥାପିତ ହୋଇନାହିଁ । ଫଳରେ ଉକ୍ତ ବିଭାଗରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଉକ୍ତ ସମସ୍ୟା ଦୂରୀକରଣ ପାଇଁ ରାଜ୍ୟରେ ଏକ ପୃଥକ ଆୟୁର୍ବେଦ ବିଶ୍ୱ ବିଦ୍ୟାଳୟ ସ୍ଥାପନ କରାଯିବା ନିତାନ୍ତ ଆବଶ୍ୟକ । ସୂଚନାଯୋଗ୍ୟ, ବଲାଙ୍ଗିର ଠାରେ ଥିବା ଆୟୁର୍ବେଦ ମହାବିଦ୍ୟାଳୟ ରାଜ୍ୟର ଏକ ସର୍ବପୁରାତନ ମହାବିଦ୍ୟାଳୟ । ଏଠାରେ ଏକ ଆୟୁର୍ବେଦ ବିଶ୍ୱ ବିଦ୍ୟାଳୟ ସ୍ଥାପନ ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମି ରହିଛି । ଏହା ବ୍ୟତୀତ ଆମ ଦେଶ ସ୍ୱାଧିନ ହେବା ବହୁ ପୂର୍ବରୁ ବଲାଙ୍ଗିର ଠାରେ ଏକ ଆୟୁର୍ବେଦ ଚିକିତ୍ସାଳୟ ସହ ଆୟୁର୍ବେଦିୟ ଔଷଦ ପ୍ରସ୍ତୁତି ନିମନ୍ତେ ଏକ ଫାର୍ମାସି ମଧ୍ୟ ରହିଛି । ଉକ୍ତ ଫର୍ମାସି ରାଜ୍ୟରେ ଥିବା ବିଭିନ୍ନ ଆୟୁର୍ବେଦ ଚିକିତ୍ସାଳୟ ଗୁଡିକୁ ଔଷଧ ଯୋଗାଇ ଆସୁଛି । ସୁତରାଂ ଆୟୁବେର୍ଦ ଶିକ୍ଷା କ୍ଷେତ୍ରରେ ହେଉଥିବା ବିଭିନ୍ନ ସମସ୍ୟା ଗୁଡିକର ଦୂରୀକରଣ ପାଇଁ ରାଜ୍ୟରେ ଏକ ସ୍ୱତନ୍ତ୍ର ଆୟୁର୍ବେଦ ବିଶ୍ୱ ବିଦ୍ୟାଳୟ ବଲାଙ୍ଗିରରେ ସ୍ଥାପନ କରାଯିବା ନିମନ୍ତେ ରାଜ୍ୟ ସରକାର ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ମହୋଦୟଙ୍କୁ ସିଭିଲ ସୋସାଇଟି ସଭାପତି ନୀଳମଣି ମିଶ୍ର ତଥା ବଲାଙ୍ଗିର ଜନସାଧାରଣ ନିବେଦନ କରୁଛନ୍ତି ।

jayashree
Leave A Reply

Your email address will not be published.