ଗୋଷ୍ଠୀ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ କର୍ମଶାଳା ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସ୍ଥିତ ସ୍ୱେ‌ଚ୍ଛାସେବୀ ସଙ୍ଗଠନ ଏଏସଡ‌ବ୍ଲ୍ୟୁ ତରଫରୁ ଆଗଲପୁର ବ୍ଳଜ ଭରସୁଜା ପଂଚାୟତ ବିନ୍ଧାପାଲି ଗ୍ରାମ କଲ୍ୟାଣ ମଣ୍ଡପ ଠାରେ ସ୍ୱାସ୍ଥ୍ୟ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଗଣେଶ ସାହୁ ଯୋଗଦେଇ ବ‌ର୍ତ୍ତମାନର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ଗ୍ରାମ୍ୟ ସ୍ୱାସ୍ଥ୍ୟ କମିଟୀ, ମାତୃ କମିଟି ଓ ଗାଁ କଲ୍ୟାଣରେ ଥିବା ସଭ୍ୟମାନେ କିପରି ଜରୁରୀ କାଳୀନ ପରିସ୍ଥିତିରେ କିଭଳି ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ପଦକ୍ଷେପ ନେଇ ପାରିବେ ଓ ସ୍ୱାସ୍ଥ୍ୟସେବାକୁ ସବୁ ଠାରୁ ଗୁରୁତ୍ୱ ଦେବେ ସେ ଉପରେ ତାଲିମ ଦାତା ଗଣ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ । ଏହି କାର୍ୟ୍ୟକ୍ରମରେ ମୋଟ ୪୦ ଜଣ ସଭ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଗୋବିନ୍ଦ ବିଶି ଓ ପ୍ରହଲ୍ଲାଦ ପଧାନ ପ୍ରମୁଖ କର୍ମଶାଳା ପରିଚାଳନା କରିଥିବା ବେଳେ ପ୍ରଶାନ୍ତ କୁଅଁର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.