- ଲିଙ୍ଗଗତ ବୈଷମ୍ୟ ଦୂର ପାଇଁ ବେଟି ବଚାଓ, ବେଟି ପଢାଓ ଏକ ପ୍ରମୁଖ ମାଧ୍ୟମ : ପ୍ରଧାନମନ୍ତ୍ରୀ
- କମ୍ ଝିଅ ଅନୁପାତ ରହିଥିବା ବିଭିନ୍ନ ଜିଲ୍ଲାର ଆଶାନୁରୂପକ ଅଗ୍ରଗତି ହୋଇଛି : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ବେଟି ବଚାଓ, ବେଟି ପଢାଓ ଅଭିଯାନର ଦଶବର୍ଷ ପୂର୍ତ୍ତି ଉପଲକ୍ଷେ ଏହା ଏକ ଯୁଗାନ୍ତକାରୀ, ଜନଶକ୍ତି ଆଧାରିତ କାର୍ଯ୍ୟକ୍ରମ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିହିତ କରିଛନ୍ତି । ଲିଙ୍ଗଗତ ବୈଷମ୍ୟ ଦୂର କରିବା ଓ ଝିଅଙ୍କୁ ସଶକ୍ତ କରିବା ଦିଗରେ ଏହି ଅଭିଯାନ ଏକ ସଫଳ ମାଧ୍ୟମ ହୋଇପାରିଛି । ରେକର୍ଡ ଅନୁସାରେ ଝିଅ ସଂଖ୍ୟା କମ୍ ରହିଥିବା ବିଭିନ୍ନ ଜିଲ୍ଲାରେ ଆଶାନୁରୂପକ ଅଗ୍ରଗତି ହୋଇଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଛନ୍ତି । ଏହି ଅବସରରେ ତୃଣମୂଳ ସ୍ତରରେ କାମ କରୁଥିବା ଅଭିଯାନର ସମସ୍ତ ଅଂଶୀଦାରମାନଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ମତାମତ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ର୍ଯ, “ବେଟି ବଚାଓ, ବେଟି ପଢାଓ ଅଭିଯାନର ଆଜି ଦଶବର୍ଷ ପୂର୍ତ୍ତି ହୋଇଛି । ଗତ କିଛି ଦଶନ୍ଧି ଧରି ଏହା ସବୁବର୍ଗର ଲୋକଙ୍କୁ ନେଇ ଏକ ସଫଳ କାର୍ଯ୍ୟକ୍ରମ ଭାବରେ ଅବତୀର୍ଣ୍ଣ ହୋଇପାରିଛି” । ‘ଲିଙ୍ଗଗତ ବୈଷମ୍ୟ ଦୂର କରିବା ଦିଗରେ ଏହା ଏକ ସଫଳ ମାଧ୍ୟମ ଭାବରେ ପ୍ରତିଭାତ ହୋଇପାରିଛି । ଏହି ଅଭିଯାନ ମାଧ୍ୟମରେ ପ୍ରତିଟି ଝିଅ ପାଠ ପଢି ନିଜ ସ୍ୱପ୍ନକୁ ଚରିତାର୍ଥ କରିବାର ମାହୋଲ ସୃଷ୍ଟି କରାଯାଇଛି’ । ‘ସାଧାରଣ ଜନତା ଓ ବିଭିନ୍ନ କମ୍ୟୁନିଟି ସଂସ୍ଥାଗୁଡିକର ଉତ୍ସର୍ଗୀକୃତ ସେବା ଫଳରେ ଏହି ଅଭିଯାନ ସାକାର ହୋଇପାରିଛି । କମ୍ ଝିଅ ରହିଥିବା ବିଭିନ୍ନ ଜିଲ୍ଲାରେ ଆଶାନୁରୂପକ ଅଗ୍ରଗତି ହୋଇଥିବା ବେଳେ ବିଭିନ୍ନ ସଚେତନାଧର୍ମୀ କାର୍ଯ୍ୟକ୍ରମ ଦ୍ୱାରା ଲିଙ୍ଗଗତ ସମାନତା ଆସିପାରିଛି’ । ‘ତୃଣମୂଳ ସ୍ତରରେ ଏହି ଅଭିଯାନକୁ ସାକାର କରିଥିବା ସମସ୍ତ ଅଂଶୀଦାରଙ୍କୁ ମୁଁ ଏହି ଅବସରରେ ଧନ୍ୟବାଦ ଜଣାଉଛି । ଆମ ଝିଅମାନଙ୍କ ଅଧିକାରକୁ ଅକ୍ଷୁର୍ଣ୍ଣ ରଖି ସେମାନଙ୍କ ପାଠପଢାକୁ ସୁନିଶ୍ଚିତ କରି ଏକ ସୁସ୍ଥ ସମାଜ ଗଠନ କରିବା ଦିଗରେ ଆମେ ଚେଷ୍ଟା କରିବା ଦରକାର । ଆଗାମୀ ଦିନରେ ଆମ ସମସ୍ତଙ୍କ ଚେଷ୍ଟାରେ ଆମ ଝିଅମାନଙ୍କ ପାଇଁ ଆମେ ଏକାଠି କାମ କରି ଅଧିକ ସୁଯୋଗ ସୃଷ୍ଟି କରିପାରିବା ।’