ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଖଣ୍ଡ ପାଇକମାଲ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଜାତୀୟ ବାଳିକା ଦିବସ ପାଳନ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବ ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବେ ଶିଶୁ ମଙ୍ଗଳ ଅଧିକାରୀ ବାସନ୍ତୀ ପୂର୍ତ୍ତି, ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ନନ୍ଦଲାଲ ନାୟକ, ସହ ଶିକ୍ଷା ଅଧିକାରୀ ଢ଼ଳେନ୍ଦ୍ର ବାରିକ, ରାଧେଶ୍ୟାମ ମେହେର, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡା ମଞ୍ଚାସୀନ ଥିଲେ । ଚୂଡ଼ାମଣି ବାରିକଙ୍କ ଅଧ୍ୟକ୍ଷତାରେ ଉଦ୍ଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଡ. ନିରୁପମା ନାୟକ ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ କାଳିପ୍ରସନ୍ନ ବେହେରା ଓ କର୍ମୁ ବିଶ୍ଵାଳ ମଞ୍ଚାସୀନ ଥିଲେ । ଢଲେନ୍ଦ୍ର ବାରିକ ସଭାରେ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷକ ସେବକ ସେଠ ସଭା ପରିଚାଳନା କରିଥଲେ । ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ବରିଷ୍ଠ ବର୍ଗରେ ବକ୍ତୃତାରେ ଭାରତୀ ଦଣ୍ଣ୍ଡସେନା, ସଙ୍ଗୀତରେ ଅହଲ୍ୟା ସାଗର, ଏକକ ନୃତ୍ୟରେ ଝରଣା ସାହୁ, କନିଷ୍ଠ ବର୍ଗରେ ବକୃତାରେ ଦିଶା ପ୍ରିୟଦର୍ଶିନୀ, ସଙ୍ଗୀତରେ ପ୍ରତ୍ୟାସା ଦ୍ଵୀପ ଓ ନୃତ୍ୟରେ ଦୀପ୍ତିମୟୀ ଛତର ଆସନ୍ତା ୨୪ ତାରିଖ ହେବାକୁ ଥିବା ଜିଲ୍ଲା ସ୍ତରୀୟ ବାଳିକା ଦିବସ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି ।