oom

ଡେଲାଙ୍ଗରେ ବର୍ଦ୍ଧିତ ଭତ୍ତା ବିତରଣ ଶୁଭାରମ୍ଭ

jsmm
  • ବରିଷ୍ଠ ନାଗରିକଙ୍କ ଅଭିଜ୍ଞତା ଯୁବ ସମାଜର ମାର୍ଗଦର୍ଶକ : ସାଂସଦ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବରିଷ୍ଠ ନାଗରିକମାନେ, ଆମର ସମ୍ପଦ । ତାଙ୍କର ଅଭିଜ୍ଞତା ଯୁବ ସମାଜର ମାର୍ଗଦର୍ଶକ ବୋଲି ପୁରୀ ଲୋକସଭା ସାଂସଦ ଡଃ. ସମ୍ବିତ ପାତ୍ର ମତବ୍ୟକ୍ତ କରିଛନ୍ତି । ଡେଲାଙ୍ଗ ବ୍ଲକ୍‌ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସୋମବାର ଆୟୋଜିତ ୮୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକ ଓ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମମାନଙ୍କୁ ରାଜ୍ୟ ସରକାର ବର୍ଦ୍ଧିତ ଭତ୍ତା ବିତରଣ ସଭାରେ ସାଂସଦ ଡା. ପାତ୍ର ଏହି ମତ ପ୍ରକାଶ କରିଛନ୍ତି । ଡେଲାଙ୍ଗ ବ୍ଲକ୍‌ ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୁଭାରମ୍ଭ ସମାବେଶରେ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ, ବ୍ଲକ୍‌ ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ବିଡିଓ କ୍ଷିତିଶ ବେହେରା ପ୍ରମୁଖ ୮୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କ ପାଇଁ ରାଜ୍ୟ ସରକାରଙ୍କ ଏହି ବର୍ଦ୍ଧିତ ସହାୟତା ସେମାନଙ୍କ ଜୀବନ ଧାରଣର ମାନ ବୃଦ୍ଧି କରିବ ବୋଲି ଆଶା ପ୍ରକାଶ କରିଥିଲେ । ସାମାଜିକ ସୁରକ୍ଷା ଅଧିକାରୀ ତପନ ଚନ୍ଦ୍ର ଦାସ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ମଂଚ ପରିଚାଳନା କରିଥିଲେ । ଡେଲାଙ୍ଗ ବ୍ଲକରେ ମୋଟ ୨୪୦୪ ଜଣଙ୍କୁ ପାଇଁ ଏହି ବର୍ଦ୍ଧିତ ଭତ୍ତା ମଂଜୁର ହୋଇଥିବା ବେଳେ ସୋମବାର ପ୍ରତି ପଂଚାୟତରୁ ୧୦ଜଣ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କୁ ୩୫୦୦ ଟଙ୍କା ଲେଖାଏଁ ନଗଦ ଅର୍ଥ ଆକାରରେ ବର୍ଦ୍ଧିତ ଭତ୍ତା ପ୍ରଦାନ କରିଥିଲେ । ଅନ୍ୟ ହିତାଧିକାରୀଙ୍କୁ ବ୍ୟାଙ୍କ ଖାତା ଜରିଆରେ ଏହି ଅର୍ଥ ଚଳିତ ସପ୍ତାହରେ ପ୍ରାପ୍ତ ହେବ ବୋଲି ବିଡିଓ କ୍ଷିତିଶ ବେହେରା ସୂଚନା ଦେଇଥିଲେ । ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବ୍ରତ ବାରିକ, ସାମାଜିକ ସୁରକ୍ଷା, ସହାୟିକା ସୁଜାତା ଭୁଜବଳ, ବିଭିନ୍ନ ପଂଚାୟତର ସରପଂଚ, ୨୧ ପଂଚାୟତର ନିର୍ବାହୀ ଅଧିକାରୀମାନେ ଭତ୍ତା ବଂଟନରେ ସହଯୋଗ କରିଥିଲେ । ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ୩ଜଣ ୮୦ ପ୍ରତିଶତ ଭିନ୍ନକ୍ଷମ ନିପୁରର ଲଲାଟ କିଶୋର ସ୍ୱାଇଁ, ବେରବୋଇର ପ୍ରଦୀପ୍ତ ବାରିକ, ବିଳାସପୁରର ସନ୍ତୋଷ ସ୍ୱାଇଁଙ୍କୁ ବ୍ୟାଟେରୀ ଚାଳିତ ଇ. ଅଟୋ ରିକ୍ସା ପ୍ରଦାନ କରାଯାଇଥିଲା ।

jittmm
Leave A Reply

Your email address will not be published.