ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ଅନେକ ପରିବାର ଭାରତର ବିଭିନ୍ନ ପ୍ରାନ୍ତରରେ ବସବାସ କରି ଓଡିଶା ମାଟିର ନାମ ରଖୁଛନ୍ତି । ସେଥି ମଧ୍ୟରୁ ମହାରାଷ୍ଟ୍ର ପୁନା ସହରରେ ବସବାସ କରୁଥିବା ପ୍ରବାସୀ ଓଡିଆ ମାନଙ୍କ ପଞ୍ଜିକୃତ “ଭେଟଘାଟ କଲ୍ଚରାଲ ଏସୋସିଏସନ୍” (ବିସିଏ) ତରଫରୁ ପୁନେର ଜୁନିଅର ଷ୍ଟାଫ କ୍ଲବ, ଖଡକି ଠାରେ ପୁଷ୍ପୁନି ଭେଟ୍ଘାଟ୍ ପାଳନ ହୋଇଯାଇଛି । ଏଥିରେ ୩୦୦ରୁ ଅଧିକ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ । ଏନେଇ ଏକ ସଭା ଆରମ୍ଭ କରାଯାଇଥିଲା । ସଭାରେ ସଂଘର ସଭାପତି ହେମସାଗର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଜେନେରେଲ ସେକ୍ରେଟାରୀ ଦିବ୍ୟକିଶୋର ବକ୍ସସି, ପୂର୍ବତନ ସଭାପତି ସଞ୍ଜୟ ମହାନ୍ତି, ଉପଦେଷ୍ଟା ମନସ୍ୱୀ ପ୍ରଧାନ ଓ ଅନୁପ ମିଶ୍ର ଯୋଗଦେଇ ଉପସ୍ଥିତ ପ୍ରବାସୀ ଓଡ଼ିଆ ମାନଙ୍କୁ ବିଭିନ୍ନ ଉଦାହରଣ ଦେଇ ଭଲ କାମ କରି ଓଡିଶା ମାଟିର ନାମ ରଖିବା ପାଇଁ ଅତିଥି ମାନେ ଓଡ଼ିଆ ଭାଷାରେ ସୁନ୍ଦର ଭାଷଣ ଦେଇଥିଲେ । ପଶ୍ଚିମ ଓଡ଼ିଶାର ପୁଷ୍ପୁନି ବିଷୟରେ ମଧ୍ୟ ସଞ୍ଜୟ ମହାନ୍ତି ନିଜର ମତାମତ ରଖିଥିଲେ । ଏହାପରେ ନାଚଗୀତର ଆସର ଜମିଥିଲା । ପ୍ରଥମେ ରାଜଶ୍ରୀ ହୋତା ଏକ ଭଜନ ଗାନ କରିଥିଲେ । ଏହାପରେ ସମ୍ବଲପୁରୀ ଗୀତନାଚରେ ନାଚି ନାଚି ଦୁଲୁକାଇ ଥିଲେ କଳାକାର ମାନେ । ମୁଗ୍ଧ ହୋଇ ଦର୍ଶକମାନେ ମଧ୍ୟ ନାଚି ପକାଇ ଥିଲେ । ଏହା ସାଙ୍ଗକୁ ପଶ୍ଚିମ ଓଡ଼ିଶାର ସୁସ୍ୱାଦୁ ଖାଦ୍ୟ ଭାତ, ଡାଲି, ଛତୁ ବେସର, ଘାଣ୍ଟ ତରକାରି, ରସଗୋଲା ଓଡ଼ିଶା ରୋଷେଇୟା ରୋଷେଇୟା ସୁଜିତ ହୋତା, ଲମ୍ବୋଦର ବିଷୋଇଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ସମସ୍ତେ ଏହି ଖାଦ୍ୟ ମନଭରି ଆନନ୍ଦରେ ଖାଇଥିଲେ । ଖାଦ୍ୟ ବହୁତ ସୁସ୍ୱାଦୁ ଥିଲା । ସଂଘର ସଭାପତି ହେମ ସାଗର ସାହୁ ଖାଦ୍ୟ ପ୍ରସ୍ତୁତକାରୀଙ୍କୁ ବହୁତ ପ୍ରଶଂସା କରିଥିଲେ। । ଭେଟ୍ଘାଟ୍ କଲ୍ଚରାଲ ଏସୋସିଏସନ୍” (ବିସିଏ) ଓଡ଼ିଶାର କଳା ଓ ସଂସ୍କୃତିକୁ ପୁନେରେ ବଞ୍ଚାଇ ରଖିବା ପାଇଁ ସଭାରେ ମତାମତ ରଖିଥିଲେ ଅତିଥିମାନେ । ପ୍ରବାସୀ ଓଡ଼ିଆ ମାନଙ୍କ ପାଇଁ ଆଗକୁ କଛି ଭଲ କାମ କରିବାକୁ ସଂଘ ଆଲୋଚନା କରିଥିଲା । ଭେଟ୍ଘାଟ୍ କଲ୍ଚରାଲ ଏସୋସିଏସନ୍ ପାଇଁ ସବୁବଳେ ସୁନାମ ଧନ୍ୟ କାମ କରିବା ପାଇଁ ସଂଘ ପକ୍ଷରୁ ସଭାପତି କହିଥିବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଥିଲେ ।
Prev Post
Next Post