ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବର ତୃତିୟ ଦିନରେ ଲଙ୍କାନଗରୀ ପାଲଟିଲା ଟାଲ ଗ୍ରାମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦପୁର ଉପଖଣ୍ଡ ଟାଲ ଗ୍ରାମ ଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବର ତୃତୀୟ ଦିନରେ ଟାଲ ଗ୍ରାମ ପାଲଟିଲା ଲଙ୍କାନଗରୀ । ମହାରାଜ ଲଙ୍କାପତି ରାବଣଙ୍କ ନିର୍ଦ୍ଦେଶରେ ଟାଲ ଗ୍ରାମ ପାଲଟିଲା ଲଙ୍କାନଗରୀ । ବିଧିବଦ୍ଧ ଭାବରେ ଗ୍ରାମର ପଣ୍ଡିତ ମାନଙ୍କ ଦ୍ୱାରା ପୂଜାପାଠ ସୂର୍ଯ୍ୟ ପୂଜା, ଶାଳା ପ୍ରତିଷ୍ଠିତ ଦେବ ପୂଜା, ଅଗ୍ନି ସଂସ୍କାର, ଯୁପାଧିବାସ ଓ ସ୍ନାନ, ପାର୍ଶ୍ବଦେବତା ସ୍ନାନ, ଧାନ୍ୟାଧିବାସ, ଅନ୍ନାଧିବାସ କରା ଯାଇଥିଲା । ଭକ୍ତମାନଙ୍କ ପାଇଁ ମଧ୍ୟାହ୍ନ ସମୟରେ ପାରାୟଣ ଗାୟିକା ସ୍ୱପ୍ନାରାଣୀ ଯୋଶୀଙ୍କ ଦ୍ୱାରା ରାମାୟଣ ପଠନ କରାଯାଇଥିଲା । ସଂଧ୍ୟାରେ ପାରାୟଣ ମଣ୍ଡପରେ ପପଙ୍ଗା ଦଳର ତାରା ବାହାକ ଓ ଯୁଗିପାଲି ମନୋଜ ବାହାକ ମାନଙ୍କ ଦ୍ୱାରା କିର୍ତ୍ତନ୍ୟ ଦଳ ଯୋଗ ଦେଇଥିଲେ । ଏହି ମହୋତ୍ସବ ରାବଣ ଦରବାରରେ ଊପଦେଷ୍ଟା କମିଟିର ସଦସ୍ୟ ଚନ୍ଦ୍ରମଣି ସାହୁଙ୍କ ସଭାପତିତ୍ୱରେ ଟାଲ, ମେଲଛାମୁଣ୍ଡା, ଜ୍ଞାନ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ମିଥିଳା ସାହୁ, ପ୍ରତ୍ୟୁଷ ରଞ୍ଜନ ଭୋଇ, ସାହୁ ବାବୁ, ସର୍ଗିବାହାଲ ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରତିନିଧି ସୁନା ବାବୁ, ପୂଜା କମିଟି ସଭାପତି ମାରୁତି ମିଶ୍ର, ସଂପାଦକ ଧିରେନ ବିଶ୍ୱାଲ ପ୍ରମୁଖ ମଞ୍ଚାସୀନ ଥିଲେ । ପୂଜା କମିଟି ତରଫରୁ ରାବଣ ଦରବାରରେ ନିମନ୍ତ୍ରିତ ଅତିଥି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାର ସମସ୍ତ ପୂଜକ, କର୍ତ୍ତା, ମହୋତ୍ସବର ଦାୟିତ୍ୱବାନ କର୍ମକର୍ତ୍ତା ମାନଙ୍କୁ ତଥା ଅବସରପ୍ରାପ୍ତ ଶିକ୍ଷକ ସୁନ୍ଦରମଣି ଭୋଇ ଓ ପ୍ରକୃତିବନ୍ଧୁ ନଅଁଗା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବୃନ୍ଦାବନ ସାହୁଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ରାବଣ ଦରବାରରେ କୁମ୍ଭାରୀ ଗ୍ରାମର ଶବ୍ଦନୃତ୍ୟ ପରିବେଷଣ କରାଯାଇଥିଲା । ରାବଣ ଦରବାର ସରିବା ପରେ ରାତ୍ରରେ ଶ୍ରୀ ଜଗନ୍ନାଥ ଅପେରା ପରିବେଷଣ କରାଯାଇଥିଲା । ଗ୍ରାମର ଚୌଧୁରୀ ବିଶ୍ୱାଲ ସପରିବାର ସହ ଭକ୍ତମାନଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା କରିଥିଲେ । ମହୋତ୍ସବରେ ମୀନା ବଜାରରେ ହଜାର ହଜାର ଭକ୍ତମାନଙ୍କ ସମାଗମ ଦେଖିବାକୁ ମିଳିଥିଲା । ପୂଜା କମିଟିର ସମସ୍ତ ସଦସ୍ୟ, ଉପଦେଷ୍ଟା କମିଟି, ଗ୍ରାମର ଯୁବସମାଜ ଓ ଗ୍ରାମବାସୀ ସହଯୋଗ କରିଥିଲେ । ମଧ୍ୟାହ୍ନ ସମୟରେ ପାରାୟଣ ଗାୟିକା ବର୍ଷାରାଣୀ ତ୍ରିପାଠୀଙ୍କ ଦ୍ୱାରା ପାରାୟଣ ଗାନ, ସଂଧ୍ୟାରେ କିର୍ତ୍ତନ୍ୟଧାରା, ରାବଣ ଦରବାରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପଶ୍ଚିମ ଓଡିଶାର ପ୍ରସିଦ୍ଧ ହାସ୍ୟ ଅଭିନେତା ଟିଙ୍କୁ ଟିଙ୍ଗାଲୁ ଓ ମିସମିଲି ଟିମ୍ ଦ୍ୱାରା ହାସ୍ୟ ଅଭିନୟ ଦେଖିବାକୁ ମିଳିବ ବୋଲି ପୂଜା କମିଟିର ସଂପାଦକ ଧିରେନ ବିଶ୍ୱାଲ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.