csstore

ବଲାଙ୍ଗିର ଲୋକ ସଂସ୍କୃତି ଥି ଘୁଡ୍‌କାର ଠାନ୍ ଆଲୋଚନା ଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ସଂପାନ କମିଟି ସହ ଅଧ୍ୟକ୍ଷ ଅଚ୍ୟୁତ ପୁରୋହିତଙ୍କ ଅଧ୍ୟକ୍ଷତାରେ ପ୍ରଥମେ ମାଁ ପାଟଣେଶ୍ୱରୀ ଓ ମାଁ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା କରି ଆଲୋଚକ ଡଃ. ପରମେଶ୍ୱର ମୁଣ୍ଡ, ଡଃ. ଲକ୍ଷ୍ମଣ ମେହେର, ଡଃ. ଘାସିରାମ ମିଶ୍ର, ଜଗଦାନନ୍ଦ ଛୁରିଆ, ଜୟ କୁମାର ଆଚାର୍ଯ୍ୟ ଓ ନରେନ୍ଦ୍ର କୁମାର ମିଶ୍ର ଓ ସନାତନ ଠାକୁର ଯୋଗଦେଇଥିଲେ । ଆଲୋଚନା ଚକ୍ରରେ ବିଭିନ୍ନ କଳାକାର ଘୁଡୁକାର ବଲାଙ୍ଗିର ସ୍ୱତନ୍ତ୍ରତା ରହିଥିବା ବେଳେ ଯାହାକି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ବାଦ୍ୟ କଳା ପ୍ରଦର୍ଶନ କରିଥିବା ବେଳେ ପବିତ୍ର କୁମ୍ଭାର, ସାନ, ବଡ଼ ଓ ବଲାଙ୍ଗିରର କଳାକାରମାନେ ରାଜ୍ୟ ବାହାରେ କଳା ପ୍ରଦର୍ଶନ କରିଥିବା ବେଳେ କିଛି କଳାକାର ଏହାକୁ ମୁଣ୍ଡତୁପା, ବିଭିନ୍ନ ଗାଁ ଗହଳି ଜାନିଯାତ୍ରାରେ ପ୍ରଦର୍ଶନ ହେଉଥିଲା । ଏବେ ଡିଜିଟାଲ ଯୁଗରେ ଏବେ ଏହି ପରଂପରା ବନ୍ଦ ହୋଇଯାଇ ଥିବା ବେଳେ ଆମ ଜିଲ୍ଲାର କଳାକାରମାନେ ଏହାକୁ ପୁନଃଜୀବିତ କରିଛନ୍ତି ଏବଂ ବଲାଙ୍ଗିରର ଲୋକବାଦ୍ୟ ଘୁଡୁକା ବୋଲି ସମସ୍ତେ ବିଭିନ୍ନ ଦିଗକୁ ନେଇ ଆଲୋଚନା ପର୍ଯ୍ୟାଲୋଚନାର ନିର୍ଯ୍ୟାସରେ ପହଞ୍ଚି ପାରିଛନ୍ତି ବୋଲି ମତ ପ୍ରକାଶ ପାଇଥିଲା । ଏହି ଅବସରରେ ବିଶିଷ୍ଟ ସଂସ୍କୃତି ଗବେଷକ ପ୍ରଫେସର କୁମୁଦ ରଂଜନ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଡଃ. ଲଳିତ ସାହୁ ଏବଂ ସଂଯ୍ୟୋତ କଳାକେନ୍ଦ୍ର ନିର୍ଦ୍ଦେଶିକା ସଂଗୀତା ଦାଶ, ପୂର୍ବ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ପୂର୍ବ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ବରିଷ୍ଠ ନାଗରିକ ପ୍ରଭାକର ମିଶ୍ର, ଚିତ୍ର ଶିଳ୍ପୀ ନିଗମ ନାଥ, ସଂସ୍କୃତି ବିଶାରଦ ସୁରେଶ ଷଡ଼ଙ୍ଗୀ, କଳା ସଙ୍ଗଠକ ଜୟକୃଷ୍ଣ ମିଶ୍ର ପ୍ରମୁଖ ଆୟୋଜନ କରିଥିଲେ । ଶେଷରେ ଧନ୍ୟବାଦ ଜ୍ଞାପନ କରିଥିଲେ ଡଃ. କୌତୁକ ପନ୍ଦର ।

jayashree
Leave A Reply

Your email address will not be published.