ବଲାଙ୍ଗିର, (କେପିଏନ୍ଏସ୍) : ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଲାଙ୍ଗିରରେ ଛାତ୍ରୀମାନଙ୍କ ନିମନ୍ତେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଅରବିନ୍ଦ କୁମାର ଓଝା, ଡ଼ଃ ସଦାଶିବ ମଲ୍ଲିକ, ଅଜିତ କୁମାର ପଣ୍ଡା, କାର୍ଯ୍ୟକ୍ରମର ସଂଯୋଜିକା ଡ଼ଃ ଅର୍ପିତା ବେହେରା ପ୍ରଭୃତି ମଞ୍ଚାସୀନ ରହିଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷ ଡଃ. ଓଝା ପ୍ରଶିକ୍ଷଣ ଶିବିର ବିଷୟର ଯଥାର୍ଥତା ସଂପର୍କରେ ବିଶଦ ଆଲୋଚନା କରିଥିଲେ । ପରେ ସଂଯୋଜିକା ଡଃ ବେହେରା ଛାତ୍ରୀମାନଙ୍କ ଆତ୍ମରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ଏକାଦଶ ଶ୍ରେଣୀର ପ୍ରାୟ ୩୪୯ ଛାତ୍ରୀମାନଙ୍କୁ ନେଇ ଆୟୋଜିତ ଉକ୍ତ ତାଲିମ କାର୍ଯ୍ୟକ୍ରମ ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ନେଇ ସୂଚନା ଦିଆଯାଇଛି । ଏହି ତାଲିମ ଶିବିରରେ ପ୍ରଶିକ୍ଷିକା ଭାବରେ ଯଶୋବନ୍ତୀ ବେହେରା, ସସ୍ମିତା ରାଣୀ ମିଶ୍ର, ସ୍ନେହଲତା ପାଣ୍ଡେ, କମଳିନୀ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ନମ୍ରତା ପାଣିଗ୍ରାହୀ, ଜ୍ୟୋତିସ୍ମିତା ବିନ୍ଦୁରେଖା ସାହୁ, ବିରଞ୍ଚି ପଧାନ, ଅନୁଭୂତି ବରାଳ, ଆଦର୍ଶ ମହାପାତ୍ର ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ । ଶେଷରେ ଆଦର୍ଶ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।