ଭୂତିଆରବାହାଲକୁ ବ୍ଲକ ମାନ୍ୟତା ଦାବି ନେଇ ସାଧାରଣ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଭୁତିଆରବାହାଲ ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ଦିନ ଭୁତିଆରବାହାଲକୁ ବ୍ଲକ ମାନ୍ୟତା ଦାବୀ ନିମନ୍ତେ ଆବାହକ ଚିନ୍ତାମଣି ଚୌଧୁରୀଙ୍କ ଆହ୍ୱାନରେ ସ୍ଥାନୀୟ ଅଂଚଳର ନେତୃବୃନ୍ଦ, ସଚେତନ ନାଗରିକ, ବୁଦ୍ଧିଜୀବୀ ତଥା ଗ୍ରାମବସୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭୂତିଆରବାହାଲ ଗାଁଟି ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ଉଭୟ ଦେଓଗାଁ ଓ ବଲାଙ୍ଗିର ବ୍ଲକର କେନ୍ଦ୍ର ତଥା ମଧ୍ୟ ସ୍ଥଳରେ ଅବସ୍ଥିତ ତେଣୁ ଏହି ସ୍ଥାନରୁ ଜନସାଧାରଣଙ୍କର ଗମନାଗମନ ପାଇଁ ବଲାଙ୍ଗିର, ଦେଓଗାଁ, ଚୁଡାପାଲି, ପାଟଣାଗଡ଼, କଣ୍ଟାବାଞ୍ଜି, ମୁରିବାହାଲ ଓ ସଇଁନ୍ତଲା ପ୍ରଭୃତି ସହରାଞ୍ଚଳକୁ ସିଧାସଳଖ ରାସ୍ତା ଅଛି । ଶିକ୍ଷା, ସ୍ୱାସ୍ଥ୍ୟ, ଯାତାୟତ ଓ ବ୍ୟବସାୟ ଇତ୍ୟାଦି ଦୃଷ୍ଟିରୁ ଭୁତିଆରବାହାଲ ପ୍ରତି ଜନସାଧାରଣ ପ୍ରତ୍ୟକ୍ଷ ଭାବରେ ନିର୍ଭରଶୀଳ ଥିବା ହେତୁ ଭୂତିଆରବାହାଲକୁ ବ୍ଲକ ଘୋଷଣା କରିବା ପାଇଁ ଏହି ଅଞ୍ଚଳର ଜନ ସାଧାରଣ ତଥା ଗ୍ରାମବାସୀ ଦୀର୍ଘ ୩୦ବର୍ଷ ହେଲା ଦାବୀ କରି ଆସୁଛନ୍ତି । ଏଠାରେ ବ୍ଲକ ହେଲେ ଏହି ଅଂଚଳର ଲୋକମାନଙ୍କର ସର୍ବାଙ୍ଗୀନ ଉନ୍ନତି ସାଧିତ ହୋଇପାରିବ ବୋଲି ସଭାରେ ଉପସ୍ଥିତ ବୁଦ୍ଧିଜୀବୀମାନଙ୍କ ଦ୍ୱାରା ମତ ପ୍ରକାଶ ପାଇଥିଲା । ଯଦି ଏଥି ପ୍ରତି ପ୍ରଶାସନ ତଥା ସରକାର କୌଣସି ବିହିତ ପଦକ୍ଷେପ ଗ୍ରହଣ ନକରନ୍ତି ଆଗମୀ ଦିନରେ ଏହି ଦାବୀକୁ ତୀବ୍ରତର କରିବା ପାଇଁ ସମସ୍ତେ ମତ ପ୍ରକାଶ କରିଥିଲେ । ଏହି ବିଷୟରେ ବିଧାୟକ କଳିକେଶ ନାରାୟଣ ସିଂହ ଦେଓଙ୍କୁ ଦାବୀପତ୍ର ପ୍ରଦାନ ପୂର୍ବକ ବୈଠକର ଆଭିମୁଖ୍ୟ ବିଷୟରେ ଅବଗତ କରାଯାଇଥିଲା । ଏହି ସଭାରେ ଭୂତିଆରବାହାଲ ପଞ୍ଚାୟତ ସରପଞ୍ଚ ନୀଳମଣି ସେଠ, ସାରସମାଲ ସରପଞ୍ଚ ଗୋପାଳ ବାଗ, ବଡ଼ବନ୍ଧ ସରପଞ୍ଚ ଜଗବନ୍ଧୁ ମେହେର, ଅକ୍ଷୟ ଚୌଧୁରୀ, ନୃପ ଭୋଇ, ଡ଼ଃ. କବିରାଜ ଭୋଇ, ଛବିଳ ବଗର୍ତ୍ତି, ହୁତାସନ ପାତ୍ର, ପ୍ରମୋଦ ହେର୍ଣ୍ଣା, ଟିଟୁ ସାହୁ, ପଞ୍ଚାନନ ଭୋଇ, ଡାକ୍ତର ଚୌଧୁରୀ, ବିଘ୍ନରାଜ ସିରଦାର, ଚିତ୍ରସେନ ବଗର୍ତ୍ତି, ମହେନ୍ଦ୍ର ମାଝୀ, ଅନନ୍ତ ପ୍ରସାଦ ଚୌଧୁରୀ, ଶତ୍ରୁଘ୍ନ ସାହୁ, କୈଳାସ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.