oom

ରାଜ୍ୟସ୍ତରୀୟ ମାଁ ପାଟଖଣ୍ଡା କପ୍ ଫୁଟବଲ୍ ପ୍ରତିଯୋଗିତା

jsmm
  • ବଲାଙ୍ଗିରକୁ ୩ – ୦ରେ ହରାଇଲା କଳାହାଣ୍ଡି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହା ସ୍ଥିତ ଲାଲ ଜଗନ୍ନାଥ ପ୍ରସାଦ ମିନି ଷ୍ଟାଡିୟମରେ ବ୍ରଜେନ୍ଦ୍ର ନାରାୟଣ ଏଥଲେଟିକ ଏସୋସିଏସନ୍ (ବିଏନ୍‌ଏଏ) ଜରାସିଂହା ଆନୁକୂଲ୍ୟରେ ତୃତୀୟ ମାଁ ପାଟଖଣ୍ଡା କପ୍ ରାଜ୍ୟସ୍ତରୀୟ ଫୁଟବଲ୍ ପ୍ରତିଯୋଗିତାର ମଙ୍ଗଳବାର ଦିନ ତୃତୀୟ ଲିଗ୍ ମ୍ୟାଚ୍ ବଲାଙ୍ଗିର ସ୍ପୋର୍ଟ୍ସ ହଷ୍ଟେଲ ଏବଂ କଳାହାଣ୍ଡି ଇଲେଭେନ ଷ୍ଟାର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ୍‌ରେ ବଲାଙ୍ଗିର ସ୍ପୋର୍ଟ୍ସ ହଷ୍ଟେଲକୁ ୩ – ୦ ଗୋଲରେ ହରାଇ କଳାହାଣ୍ଡି ଇଲେଭେନ ଷ୍ଟାର ଦଳ ବିଜୟ ଲାଭ କରି ଦ୍ଵିତୀୟ ସେମି ଫାଇନାଲ ପାଇଁ ଉତ୍ତୀର୍ଣ୍ଣ ହୋଇଛି । ଆଜିର ଶ୍ରେଷ୍ଠ ଖେଳାଳି ଭାବେ ପପୁ ମାଝୀଙ୍କୁ ପୁରସ୍କୃତ କରାଯାଇଥିଲା । ଅତିଥିଭାବେ ଦେଓଗାଁ ବ୍ଲକ ଅଧକ୍ଷ ଦୟାନିଧି ଖମାରୀ, ଉପାଧ୍ୟାକ୍ଷା ସୁଶ୍ରୀ ସୂର୍ଯ୍ୟକାନ୍ତି ଛତ୍ରିଆ, ସ୍ଥାନୀୟ ସରପଞ୍ଚ କୁଶମଣୀ ମେହେର, ପୂର୍ବ ସରପଞ୍ଚ ଅନ୍ତର୍ଯ୍ୟାମୀ ଭୋଇ, ଜମିଦାର ଦୁର୍ଗା ପ୍ରସାଦ ସିଂଦେଓ, ବୁଢୀଆଇ ମନ୍ଦିର ପୂଜକ ଉଜ୍ଜଳ ଝାଙ୍କର, ପାଟଖଣ୍ଡା ମନ୍ଦିର ପୂଜକ ସନ୍ତୋଷ ଥନାପତି, ପ୍ରମୋଦ ସିଂ ନିନା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମରଣତ୍ତର ବାସୁଦେବ ମେହେରଙ୍କ ପୁଅ ନନ୍ଦୀ ମେହେରଙ୍କୁ ସମ୍ମାନୀତ କରାଯାଇଥିଲା । ଆଜିର ଖେଳକୁ ଜିତୁ ପାତ୍ର, ସଞ୍ଜନ କୁଡେ଼ଇ, ସଂଜୀବ ମହାରଣା, ଲୋକନାଥ ଦଣ୍ଡସେନା ପରିଚାଳନା କରିଥିବା ବେଳେ ସୁଶାନ୍ତ ଥନାପତି ଖେଳ କମିଶନର ଏବଂ ଭୋଳା ଶଙ୍କର ପଥରୀମାଳୀ ଧାରା ବିବରଣୀ ଦାୟିତ୍ଵ ତୁଲାଇଥିଲେ । ପ୍ରକାଶ ଯୋଗ୍ୟ ଯେ, ସୋମବାର ଦିନ ଅନୁଷ୍ଠିତ ପ୍ରଥମ ସେମି ଫାଇନାଲ ମ୍ୟାଚରେ ନୂଆପଡ଼ା ଦଳକୁ ୧ – ୦ ଗୋଲରେ ହରାଇ ବୌଦ୍ଧ ଦଳ ପ୍ରତିଯୋଗିତାର ଫାଇନାଲ ଖେଳ ପାଇଁ ଉତ୍ତୀର୍ଣ୍ଣ ହୋଇସାରିଛି । ବୁଧବାର ଦିନ ଫୁଲବାଣୀ ଓ ସୋନପୁର ଦଳ ମଧ୍ୟରେ ୪ର୍ଥ ଲିଗ୍ ମ୍ୟାଚ୍‌ ହେବା ନେଇ ଆୟୋଜନ କମିଟି ପକ୍ଷରୁ ସୂଚନା ମିଳିଛି ।

jittmm
Leave A Reply

Your email address will not be published.