ଶୁଲିଆ ପୀଠରେ ନରସିଂହ

ଶୁଲିଆ ପୀଠର ଆଖି ଦେଖିଲା ଭଳିଆ ଉନ୍ନତି କରାଯିବ-ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖେଇରଗୁରା ସ୍ଥିତ ପବିତ୍ର ଶୁଲିଆ ପୀଠକୁ ଆଜି ବଲାଙ୍ଗିରର ବିଧାୟକ ନରସିଂହ ମିଶ୍ର ଶୁଲିଆ ବାବାଙ୍କ ଦର୍ଶନ ପାଇଁ ଯାଇଥିଲେ । ଆଦିବାସୀଙ୍କ ପରମ୍ପରା ଓ ପ୍ରଥା ଅନୁଯାୟୀ ଆଜି ଅନୁଷ୍ଠିତ ହୋଇଥିବା ପବିତ୍ର ଶୁଲିଆ ଯାତ୍ରାଟି ସାଂପ୍ରତିକ କରୋନା କଟକଣା ଯୋଗୁଁ ଅନେକ କଟକଣାରେ ଆରମ୍ଭ ହୋଇଥିଲା । ଲୋକେ ମଧ୍ୟ କରୋନା ସଂକ୍ରମଣ ଯୋଗୁଁ ସଚେତନ ହୋଇ ଜିଲ୍ଲା ପ୍ରଶାସନକୁ ସହଯୋଗ କରି ଯାତ୍ରା ପାଳନ କରିଛନ୍ତି । ଶ୍ରୀ ମିଶ୍ର ଦିନ ଘ.୧୧ଟାରେ ପହଞ୍ଚିଲାବେଳେ ସେଠାରେ ଥିବା ପାରଂପାରିକ ଆଦିବାସୀ ନୃତ୍ୟ ଦଳ ବାବାଙ୍କ ପୀଠକୁ ପାଛୋଟି ନେଇଥିଲେ । ସେଠାରେ ସେ ଶୁଲିଆ ବାବାଙ୍କ ଠାରେ ଆଶିର୍ବାଦ ଭିକ୍ଷା କରିବା ସହ ଅଞ୍ଚଳର ଉନ୍ନତି ପ୍ରଗତି କାମନା କରିଥିଲେ । ସାମ୍ବାଦିକଙ୍କ ପ୍ରତିକ୍ରିୟାରେ ସେ କହିଥିଲେ ସମସ୍ତ ପ୍ରକାର ଆଇନ କାନୁନ ଉଦ୍ଧ୍ୱର୍ରେ ହେଉଛି ପରଂପରା । ସେହି ଆଦିବାସୀଙ୍କ ପରଂପରାକୁ ପାଳନ କରି ଆଜି ଶୁଲିଆ ଯାତ୍ରାରେ ସମସ୍ତେ ସାମିଲ ହୋଇଛନ୍ତି । ଏଠାରେ ପ୍ରତ୍ୟେକ ଜାତି, ଧର୍ମ ଓ ବର୍ଣ୍ଣର ଲୋକେ ନିଜର ମାନସିକ ପୁରଣ ପାଇଁ ପୀଠକୁ ଦର୍ଶନ ପାଇଁ ଆସୁଛନ୍ତି । ଆଦିବାସୀ ଭାଇ ଭଉଣୀ, ଜନସାଧାରଣ ତଥା ପ୍ରଶାସନକୁ କରୋନା କଟକଣାକୁ ସମ୍ମାନ ଜଣାଇ ଏହି ଯାତ୍ରାର ସଫଳ ରୂପାୟନ ପାଇଁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ । ଶୁଲିଆଯାତ୍ରା କମିଟି ସହ ଆଲୋଚନା ବେଳେ ଶ୍ରୀ ମିଶ୍ର କହିଥିଲେ ଯେ, ଶୁଲିଆ ସଂଲଗ୍ନ ପୋଖରୀକୁ ଆଗାମୀ ଦିନରେ ପର୍ଯ୍ୟଟକକୁ ଆକୃଷ୍ଟ କରିବା ପାଇଁ ସୁନ୍ଦର ଭାବରେ ବିକାଶ କରାଯିବ । ରାସ୍ତାକାମ ଜୋର ସୋରରେ ·ଲିଛି । ଆଗାମୀ ଦିନରେ ଏ ଅଂଚଳର ପ୍ରାକୃତିକ ସୁନ୍ଦରତାକୁ ନଷ୍ଟ ନ କରି ପୋଖରୀ ତଥା ଆଖପାଖ ଅଂଚଳକୁ ଏପରି ବିକାଶ କରାଯିବ ଯଦ୍ୱାରା ବାହାର ଲୋକେ ଏଠାକୁ ଆକର୍ଷିତ ହୋଇ ଆସିବେ ଫଳରେ ଏ ଅଂଚଳର ସାଂସ୍କୃତିକ ତଥା ଅର୍ଥନୈତିକ ବିକାଶ ହେବ ।

Leave A Reply

Your email address will not be published.