csstore

ବଲାଙ୍ଗିର ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭ ହେବା ପୂର୍ବରୁ ହଟ୍ଟଗୋଳ ହୋଇଥିବା ଦେଖିବାକୁ ମିଳିଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ଗତକାଲି ଠୁ ଆରମ୍ଭ ହୋଇଥିବା ଲୋକ ଉତ୍ସବରେ କାହିଁକି ମଞ୍ଚ ପୂଜା ସମୟରେ କୌଣସି ଲୋକ ପ୍ରତିନିଧିଙ୍କୁ ଡକା ଗଲାନାହିିଁ ବୋଲି ସିଧା ସିଧା ଜିଲ୍ଲା ପ୍ରଶାସନଙ୍କୁ ପ୍ରଶ୍ନ କରିଥିଲେ । ବୈଠକରରେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି କିପରି ହେବ ସେ ବିଷୟରେ ଆଲୋଚନା ହୋଇଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ସାଂସଦ ଶ୍ରୀମତୀ ସଂଗୀତା ସିଂହଦେଓ, ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ, ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ସାଂସଦ ପ୍ରତିନିଧି, ବିଧାୟକ ପ୍ରତିନିଧି, ସମସ୍ତ ବ୍ଲକର ଅଧ୍ୟକ୍ଷ ଅଧ୍ୟକ୍ଷା ଓ ଜିଲ୍ଲାର ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.