ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ତୁର୍ଲା ଗ୍ରାମରେ ଗୋଣ୍ଡ ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ତୁର୍ଲା ସର୍କଲ ସଭାପତି ମାୟାଧର ଜଗତଙ୍କ ସଭାପତିତ୍ୱରେ ଏକ ସଭା କରିଥିବା ବେଳେ ସମ୍ପାଦକ ଜୟ ସିଂ ଦାଉ ସଭାକୁ ପରିଚାଳନା କରିଥିଲେ । ସଭାରେ ଶୋଭାରାମ ସିଦାର, ଭୋଳାନାଥ ଜଗତ, ଲକ୍ଷ୍ମୀଚନ ସିଦାର, କୌଶଲ୍ୟା ଧରୁଆ, ମାନମତି ସିଦାର ମଞ୍ଚାସୀନ ଥିଲେ । ବୈଠକରେ ଗତ ବର୍ଷର ଆୟବୟ୍ୟର ହିସାବ ଏବଂ ସମାଜକୁ ନିଶାମୁକ୍ତ ଓ ଶିକ୍ଷା, ସ୍ୱାସ୍ଥ୍ୟ ଉପରେ ଦୃଷ୍ଟି ରଖି କୃଷି ସହ ବେପାର ବଣିଜ କରି କିପରି ଲାଭବାନ ହେବା ବୋଲି ମଞ୍ଚାସୀନ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସମାଜର ରୀତିନୀତି ଅନୁଯାୟୀ ଏକ ହୋଇ ଆଗକୁ ନେଇ କାମ କରିବା ବୋଲି ଆଲୋଚନା ହୋଇଥିଲା । ଏଥିରେ ଭୁଜବଲ ପୋଟା, ସଫେତ ସିଦାର, ଭୋଗରାମ ଧରୁଆ, ସୁବଳ ମାଝୀ, ଖଗେଶ୍ୱର ମାଝୀ, ସଜନୁ ସିଦାର, ଧନପତି ଜଗତ, ବୋଧରା ମାଝୀ, କ୍ଷୀରୋଦ ମରାଇ, ଚନ୍ଦନ ସିଂ କୁମରା ଯୋଗ ଦେଇଥିଲେ । ଶେଷରେ ବିଶିକେଶନ ଧରୁଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।