- ଆରଏସ୍ ଫାଇଟରକୁ ହରାଇ ସାନଭି ସେନ ଏକାଦଶ ଚାମ୍ପିୟନ
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ପଡିଆରେ ଚାଲିଥିବା ପ୍ରଥମ ଲଳିତ ନାୟକ ମେମୋରିଆଲ୍ ସର୍ବଭାରତୀୟ ଫ୍ଲଡ୍ ଲାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇ ସାନଭି ସେନ ଏକାଦଶ ବିଜୟର ମୁକୁଟ ପନ୍ଧିଛି । ଏହି ଉଦ୍ଯାପନି ଉତ୍ସବରେ ମୁଖ୍ୟ ଅତିଥିଭାବରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଏବଂ ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ କ୍ରିଡାବିତ ଶ୍ରୀକର ମିଶ୍ର ଯୋଗଦେଇଥିବା ବେଳେ ଉପଦେଷ୍ଟା କମିଟିର ପ୍ରଭାକର ମିଶ୍ର, ପ୍ରଦ୍ୟୁତ ମିଶ୍ର, ବରିଷ୍ଠ ସାମ୍ବାଦିକ ବିରେନ୍ଦ୍ର ଝାଙ୍କର ସମେତ କମିଟି ଅଧ୍ୟକ୍ଷ ଦିପକ ନାୟକ ଏବଂ ଅଙ୍କୁଶ ପାଣ୍ଡିଆ ଉପସ୍ଥିତ ଥିଲେ । ଫାଇନାଲ ମ୍ୟାଚ୍ରେ ସାନଭି ସେନ ଏକାଦଶ ଆରଏସ ଫାଇଟରକୁ ହରାଇ ଚମ୍ପିୟନ ହେଇ ଟ୍ରଫି ସହିତ ଏକ ଲକ୍ଷ ଟଙ୍କାର ନଗଦ ମୁଦ୍ରା ରାଶି ଗ୍ରହଣ କରିଥିବା ବେଳେ ରନର୍ସ ଅଫଦଳକୁ ତେତିଷ ହଜାର ତିନିଶହ ତେତିଷ ଟଙ୍କା ଗ୍ରହଣ କରିଥିଲେ । ଦୀପକ ରଞ୍ଜନ ନାୟକଙ୍କ ନେତୃତ୍ୱରେ ଆୟୋଜିତ ଟୁର୍ଣ୍ଣାମେଣ୍ଟର ସଭା କାର୍ଯ୍ୟକୁ ସୁଭସ୍ମିତା ଗୁରୁ ପରିଚାଳନା କରିଥିଲେ । ଅତିଥିମାନେ ସ୍ୱର୍ଗତ ଲଳିତ ନାୟକଙ୍କ ସେବା କାର୍ଯ୍ୟ ଆଗାମୀ ପିଢ଼ି ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି କହିଥିଲେ । ମ୍ୟାଚକୁ ରାଜକୁମାର ପାଣିଗ୍ରାହୀ, ପ୍ରସାନନ ବାଗ ଓ ମୁକେଶ ସ୍ୱାଇଁ ଅମ୍ପାୟାର ଭାବେ ପରିଚାଳନା କରିଥିଲେ । ପାର୍ଥ ସାରଥୀ ଦାଶ ଏବଂ ବିଭୂତି ଭୂଷଣ ମିଶ୍ର ମ୍ୟାଚ୍ର ଧାରା ବିବରଣୀ ପ୍ରଦାନ କରିଥିଲେ । ସୁରଥ ଦାସ ୟୁଟୁବ୍ ଲାଇଭ୍ ପରିଚାଳନା କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଗୋପାଳ ଦାନୀ, ବୁଲୁ ବେହେରା, ଜୟନାରାୟଣ ବହିହାର, ବିବେକାନନ୍ଦ ପଟେଲ, ବିକି ହୋତା, ସୁମିତ ଦାସ, ପ୍ରଦୋଷ ବିଶି, ମନୋଜ କ୍ଷେତି, ବିଶ୍ୱଜିତ ପାତ୍ର, ସୁଜିତ ମିଶ୍ର, ରିଣ୍ଟୁ ଠାକୁର, ରୋହିତ ଚନ୍ଦନ, ସୁମିତ ସାହୁ, ଦେବାଶିଷ ଦାଶ, ଶୋଭାନ ଅଗ୍ରୱାଲ, ତାପସ ମହାନ୍ତି, ଜିତୁ ଥପା, ଆଶୁତୋଷ ବାଗ, ରାହୁଲ ସାହୁ ଓ ଶିବା ସାଏ ସହଯୋଗ ଚରିଥିଲେ ।