oom

ଠାକୁର ଅନୁକୂଳ ଚନ୍ଦ୍ରଙ୍କ ପବିତ୍ର ବଣଭୋଜି ଉତ୍ସବ ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ପବିତ୍ର ବଣଭୋଜି ଉତ୍ସବ ସତସଙ୍ଗ କେନ୍ଦ୍ର ପାଇକମାଲ ଆନୁକୂଲ୍ୟରେ ମନଭଙ୍ଗ ଡ୍ୟାମ୍‌ ଠାରେ ପାଳିତ ହୋଇଯାଇଛି । ଏଥିରେ ସତସଙ୍ଗ ସଭାପତି ରୋହିତ ମିଶ୍ର ସ୍ଵାଗତ ଅଭିଭାଷଣ ରଖିଥିଲେ । ଅକ୍ଷୟ କୁମାର ଦାଶ ବଣଭୋଜି ଉତ୍ସବର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ପରିଶେଷରେ ସମ୍ବଲପୁରରୁ ଆସିଥିବା ଶ୍ୟାମ ସୁନ୍ଦର ନାୟକ ଯୋଗଦେଇ ସୁନ୍ଦର ସମାଜ ଗଠନରେ ସତସଙ୍ଗର ଭୂମିକା ତଥା ଶ୍ରୀ ଶ୍ରୀ ଠାକୁର ତାଙ୍କର ଝିଅର ଅନୁରୋଧ କ୍ରମେ ତା ୦୯. ୦୧.୧୯୬୯ ମସିହାରେ ପ୍ରଥମ କରି ବଣଭୋଜି ଉତ୍ସବ ମାଣିକପୁର ଠାରେ ଆୟୋଜନ କରି କିପରି ବୃକ୍ଷଲତା ପଶୁପକ୍ଷୀ ବିଦେହୀ ଆତ୍ମା ମାନଙ୍କ ଉଦ୍ଧାର କଥା ଚିନ୍ତା କରିଥିଲେ ତାହା ମଧ୍ୟ ଆଲୋଚନା କରିଥିଲେ । ଉକ୍ତ ଉତ୍ସବରେ ଶତାଧିକ ଭକ୍ତ ମଣ୍ଡଳୀ ଉପସ୍ଥିତ ରହି ବିଭୁକୃପା ଲାଭ କରି ତତ୍ ଉପରାନ୍ତେ ପ୍ରସାଦ ସେବନ କରିଥିଲେ ।

jittmm
Leave A Reply

Your email address will not be published.