ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ପ୍ରତିମା ମିଶ୍ରଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବସନ୍ତ ଆଚାର୍ଯ୍ୟଙ୍କ ଧର୍ମପତ୍ନୀ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ପ୍ରତିମା ମିଶ୍ରଙ୍କ ୬୫ ବର୍ଷ ବୟସରେ ନିଜ ପେଲେସ ଲାଇନ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ ମହିଳା ଥିଲେ । ତାଙ୍କ ଶେଷ ସମୟରେ ତିନିପୁତ୍ର ଲିପୁନ, ସିପୁନ ଓ ମିଥୁନ, ତିନି ବୋହୁ ତାଙ୍କ ନାତିନାତୁଣୀ, ବନ୍ଧୁବାନ୍ଧବ ଓ ପଡାବାସୀ ଉପସ୍ଥିତ ଥିଲେ । ପୁରୀର ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହୋଇଯାଇଛି । ମୁଖାଗ୍ନି ବଡପୁଅ ଲିପୁନ ଦେଇଥିଲେ । ତାଙ୍କ ବିୟୋଗରେ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.