csstore

ସ୍ୱର୍ଗତ ଲଲିତ ନାୟକଙ୍କ ତିରୋଧାନ ଦିବସରେ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସମାଜସେବୀ କୋଟି ହୃଦୟର ଗୋଟିଏ ନାୟକ ସ୍ୱର୍ଗତ ଲଲିତ ନାୟକଙ୍କ ତିରୋଧାନ ଦିବସ ଅବସରରେ ବଲାଙ୍ଗିର ଲଲିତ ନାୟକ ଫାଉଣ୍ଡେସନ ତରଫରୁ ସ୍ଥାନୀୟ କେବିକେ ଆଇଟିଆଇ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜର ସୁପରିଟେଣ୍ଡେଣ୍ଟ ମାନସି ପଣ୍ଡା ଯୋଗଦେଇ ସ୍ୱର୍ଗତ ଲଲିତ ନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ଶିବିରକୁ ଉଦ୍‌ଘାଟନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଫାଉଣ୍ଡେସନର ଅଧ୍ୟକ୍ଷ ଦିପକ କୁମାର ନାୟକ ପରିଚାଳନା କରିଥିଲେ । ଏହି ଶିବିରରେ ସମୁଦାୟ ୫୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ବଲାଙ୍ଗିର ବରିଷ୍ଠ ନାଗରିକ ତଥା ଲଲିତ ନାୟକ ଫାଉଣ୍ଡେସନର ଉପଦେଷ୍ଟା ପ୍ରଭାସ ପାଣିଗ୍ରାହୀ, ପ୍ରଭାକର ମିଶ୍ର, ରତନ ମହାରଣା, ସତ୍ୟ ସୁନ୍ଦର ଭଞ୍ଜ, ବିରେନ୍ଦ୍ର ଝାଙ୍କର, ଚିତ୍ତରଞ୍ଜନ ମିଶ୍ର, ଯ୍ୟୋତିରଞ୍ଜନ ନାୟକ, ବିବେକା ପଟେଲ, ଗୋପାଲ ଦାନୀ, ବିଭୁତି ଭୂଷଣ ମିଶ୍ର, ଦେବାଶିଷ ଦାଶ, ଶୋଭାନ ଅଗ୍ରୱାଲ, ସନ୍ତୋଷ ପାଣିଗ୍ରାହୀ, ଜୟ ନାରାୟଣ ବହିଦାର, ବାପିନା ମହାରଣା, ପ୍ରିତମ ବରାଡ, ପିଙ୍କୁ ବରାଲ, ସିବା ସାଇ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.