oom

ମାତୃ ନିକେତନରେ ପାର୍ବତୀ ଗିରିଙ୍କ ୯୯ତମ ଜନ୍ମ ଜୟନ୍ତୀ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ କସ୍ତୁରବା ଗାନ୍ଧୀ ମାତୃନିକେତନ ପରିସରରେ ରବିବାର ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ତଥା ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ୯୯ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ସକାଳ ୫ଟାରେ ମାତୃନିକେତନର ଅନ୍ତୋବାସୀମାନେ ଜର୍ଜଗଡ ଗ୍ରାମ ପର୍ଯ୍ୟନ୍ତ ଯାଇ ରାମଧୁନ ଗାନ କରିଥିଲେ । ସକାଳ ୮ ଟାରେ ନୃସିଂହନାଥ ଯାଇ ସେଠାରେ ତିଳ ତର୍ପଣ କରାଯାଇଥିଲା । ସ୍ମୁତି ପୀଠ ପରିସରରେ ସର୍ବଧର୍ମ ପ୍ରାର୍ଥନା ସହ ଦୀପ ଦାନ କରିଥିଲେ । ସମସ୍ତ ଅନ୍ତୋବାସୀମାନେ ପାର୍ବତୀ ଗିରିଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦୀପ ପ୍ରଜ୍ୱଳନ କରି ପ୍ରାର୍ଥନା କରିଥିଲେ । ଅପରାହ୍ନ ୬ଟାରେ ଜନ୍ମ ଜୟନ୍ତୀ ଏକ ସଭା ଅନୁଷ୍ଠିତ ହୋଇଥିଲା । ସମସ୍ତ ଅତିଥିମାନେ ପାର୍ବତୀ ଗିରିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସଭାରେ ସମାଜସେବୀ ରଜନୀକାନ୍ତ ପରିଡା ସଭାପତିତ୍ତତ୍ୱ କରିଥିବା ବେଳେ ମୁଖ୍ୟ ଅତିଥ ଭାବେ ସବ ଜର୍ଜ ପଦ୍ମପୁର ଦେବାଶିଷ ଦାଶ, ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ଅଧ୍ୟାପକ ଭକ୍ତ ପୁରନ ସାହୁ, ସମ୍ମାନିତ ଅତିଥି ଭାବେ ପାଇକମାଲ ବିଡିଓ ପ୍ରଫୁଲ କୁମାର ଓଦୁ, ପାଇକମାଲ ଆଇଆଇସି ସୁଶାନ୍ତ କୁମାର ପ୍ରଧାନ, ପଦ୍ମପୁର କେନ୍ଦୁପତ୍ର ରେଞ୍ଜର ରମେଶ ଚନ୍ଦ୍ର ସାହୁ, ଡିସିପିଓ ନୂଆପଡା ଅର୍ନ୍ତଜାମି ବଳିଆର ସିଂ, ଗହଳ ବାରିକ, ଅନୁଷ୍ଠାନର ସଭାନେତ୍ର ସ୍ୱର୍ଣ୍ଣପ୍ରଭା ପାଣିଗ୍ରାହୀ, ଅନୁଷ୍ଠାନର ସମ୍ପାଦିକା ମମତା ପୁରୋହିତ ଯୋଗଦେଇ ପାର୍ବତୀ ଗିରିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇଥିଲେ । ଅତିଥିମାନେ ପାର୍ବତୀ ଗିରିଙ୍କ ବିଷୟରେ ମତାମତ ରଖିବା ସହ ତାଙ୍କର ଜୀବନୀ ବିଷୟ ଓ ସମାଜସେବା ଉପରେ ନିଜ ନିଜର ମତବ୍ୟକ୍ତ କରିଥିଲେ । ପୂର୍ବାହ୍ନରେ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ନିର୍ମଳ ଗିରି ବାର୍ଷକ ବିବରଣୀ ପାଠ କରିଥିଲେ । ପ୍ରତିବର୍ଷ ପରି ଚଳିତ ବର୍ଷ ପାର୍ବତୀ ଗିରି ସେବା ସମ୍ମାନ ସ୍ୱାଧିନତା ସଂଗ୍ରାମୀ ଓ ସ୍ୱର୍ଗତ କୁଞ୍ଜବିହାରୀ ଦାଶଙ୍କୁ ମରଣୋତ୍ତର ସେବା ସମ୍ମାନ ଅତିଥିମାନଙ୍କ ଦ୍ୱାରା ତାଙ୍କ ନାତୀ ଦିଲ୍ଲିପ ଦାଶଙ୍କୁ ପ୍ରଦାନ କରାଯାଇଥିଲା । ଏଥି ସହ ଗହଳ ବାରିକଙ୍କୁ ମଧ୍ୟ ପାର୍ବତୀ ଗିରି ସେବା ସମ୍ମାନ ପ୍ରଦାନ କରାଗଲା । ଶେଷରେ ମାତୃ ପ୍ରସାଦ ରଥ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.