କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ଚଳିତ ମାସ୧୭ ଜାନୁୟାରୀରେ ହୋଇଯାଇଥିବା ବେଳେ ମାଁ ଘଣ୍ଟାଶୁଣୀ ଉପଖଣ୍ଡ ସ୍ତରୀୟ ଲୋକ ମହୋତ୍ସବ ଟିଟିଲାଗଡରେ ତୁରେକେଲା ବ୍ଲକ ଅନ୍ତର୍ଗତ କଳାକାରଙ୍କ ବେଶ କମାଲ ଦେଖିବାକୁ ମିଳିଛି । ବିଶେଷ ବିବରଣୀରୁ ପ୍ରକାଶ ଯେ – ଏହି ଉତ୍ସବରେ ଟିଟିଲାଗଡ ଉପଖଣ୍ଡରେ ଥିବା ୫ଟି ବ୍ଲକରୁ ଦଳ ଗତ ତଥା ଏକକ ଭିତ୍ତିରେ ଶତାଧିକ ପାରମ୍ପରିକ କଳାକାର ଅଂଶଗ୍ରହଣ କରିଥିବା ବେଳେ ପ୍ରତ୍ୟେକ ବ୍ଲକରୁ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଯୋଗ୍ୟତା ହାସଲ କରି ବିଭିନ୍ନ ବିଭାଗର କଳାକାର ଗଣ ଉପଖଣ୍ଡ ସ୍ତରୀୟ ପ୍ରତିଯୋଗିତାରେ ନିଜ ନିଜ କଳା ପ୍ରଦର୍ଶନ କରିଥିଲେ । ଚଳିତ ବର୍ଷ ଏହି ଉତ୍ସବର ବିଶେଷ ତାତ୍ପର୍ଯ୍ୟ ଏହା ଯେ, ଟିଟିଲାଗଡ ଉପଖଣ୍ଡରୁ ବଲାଙ୍ଗିର ଜିଲ୍ଲାସ୍ତରକୁ ଯିବା ନିମନ୍ତେ ଉତ୍ତୀର୍ଣ୍ଣ ହୋଇଥିବା ସର୍ବମୋଟ ୨୩ଟି ଏକକ ତଥା ଦଳୀୟ ବିଭାଗରୁ ମାଓ ପ୍ରବଣ ଅଞ୍ଚଳ ତୁରେକେଲା ବ୍ଲକରୁ ଏକକ ତଥା ଦଳୀୟ ମୋଟ ୮ଟି ବିଭାଗର କଳାକାର ଗଣ ନିଜ ନିଜ ପାରମ୍ପରିକ କଳା ପ୍ରଦର୍ଶନ ପୂର୍ବକ ମୋଟ ଦଳୀୟ ବିଭାଗରେ ୪ଟି ଦଳ ତଥା ଏକକ ବିଭାଗରେ ୩ଜଣ କଳାକାର ଜିଲ୍ଲାସ୍ତରକୁ ଯିବା ନିମନ୍ତେ ଯୋଗ୍ୟତା ହାସଲ କରିଛନ୍ତି । ଏହି ଅନୁଯାୟୀ ଲୋକ ଗୀତ ଏକକରେ ଚିତ୍ତମନ ତାଣ୍ଡି, ବାଞ୍ଜିପାଲି (ପ୍ରଥମ) ଦଳୀୟରେ ବାଙ୍ଗରି ଦଳ, ସେମଲା (ପ୍ରଥମ), ଡାଲଖାଇ ଦଳ-ଲର୍କୀ (ଦ୍ୱିତୀୟ), ଲୋକନୃତ୍ୟ ଦଳୀୟରେ ମାଁ ଆଦିଶକ୍ତି ଦଣ୍ଡ – ମାଲପାମୁଣ୍ଡା (ଦ୍ୱିତୀୟ), ଫୁଲ ମାହେଶ୍ୱରୀ ଦଲ – ଟିକ୍ରାପଡା (ତୃତୀୟ), ଲୋକବାଦ୍ୟ ଦଳୀୟରେ ହୃଦାନନ୍ଦ ସଞ୍ଚାର – ସର୍ଗିଗୁଡା (ତୃତୀୟ) ଏବଂ ଲୋକ ନାଟକ (ଅଭିନୟ) ଏକକରେ ବୃନ୍ଦାବନ ନାଗ – ଡୁମେରଚୁଆଁ (ପ୍ରଥମ) ସ୍ଥାନ ଅଧିକାର କରି ତୁରେକେଲା ବ୍ଲକ ନିମନ୍ତେ ଗର୍ବ ଏବଂ ଗୌରବ ଆଣି ଦେଇଥିବାରୁ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି । ଟିଟିଲାଗଡରେ ହୋଇଯାଇଥିବା ଉକ୍ତ ଲୋକ ଉତ୍ସବର ବିଚାରକ ମଣ୍ଡଳୀରେ ବିଭିନ୍ନ ବ୍ଲକରୁ ସମସ୍ତ ବିଭାଗରେ ୪ଜଣ ଲେଖାଏଁ ବିଚାରକ ଭାବରେ ଯୋଗଦେଇଥିଲେ । ଏହି କ୍ରମରେ ତୁରେକେଲା ବ୍ଲକରୁ ଲୋକ ଗୀତରେ ସର୍ବଶ୍ରୀ ତୁଳସୀ ରାମ ଜଗତ, ଲୋକ ନୃତ୍ୟରେ ଅମିଲ ପୁଟେଲ, ଲୋକ ବାଦ୍ୟରେ ଭକ୍ତ ବନ୍ଧୁ ମେହେର ଏବଂ ଲୋକ ନାଟକରେ ବିରଞ୍ଚି ନାରାୟଣ ଦାଶ ବିଚାରକ ଭାବରେ ରହିଥିବା ବେଳେ, ତୁରେକେଲା ବ୍ଲକ କଳା ଓ ସଂସ୍କୃତି ସଂଘର ସଫଳତାର ଶ୍ରେୟ ସଂଘର ସଭାପତି ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣାନନ୍ଦ ପଟେଲ, ସମ୍ପାଦକ ତଥା ସାମାଜିକ ସୁରକ୍ଷା ଅଧିକାରୀ ହେମାନନ୍ଦ ବିଶ୍ୱାଲ ଏବଂ ଉପ ସଭାପତି କାର୍ତ୍ତିକେଶ୍ୱର ସାହୁଙ୍କୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦିଆଯାଉଛି ।