csstore

ଆତ୍ମସୁରକ୍ଷା କୌଶଳକୁ ଏକ ଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡ଼ୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ ବାବାଜୀ ସାହୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗଜବନ୍ଧରେ ୮ଦିନ ଧରି ଚାଲିଥିବା ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ବରିଷ୍ଠ ଅଧ୍ୟାପକ ତେଜେଶ୍ୱର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଆତ୍ମ ସୁରକ୍ଷା ସଂଯୋଜକ ମଧୁସୂଦନ ପୂଜାରୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ରୀମାନେ ଆତ୍ମସୁରକ୍ଷା କୌଶଳ ଶିଖିବାର ଆବଶ୍ୟକତା ବିଷୟରେ ଆଲୋକପାତ କରିବା ସହ ଏହାକୁ ସମସ୍ତ ମହିଳାଙ୍କ ନିକଟରେ ପହଞ୍ଚାଇବାର ଆନ୍ଦୋଳନରେ ପରିଣତ କରିବାର ଆବଶ୍ୟକତା ରହିଛି ବୋଲି ଆହ୍ୱାନ ଦେଇଥିଲେ । ଯେତେବେଳେ ଜଣେ ମହିଳା ନିର୍ଭୟରେ ଯାତାୟାତ କରିପାରିବ ସେତେବେଳେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନ ସାକାର ହୋଇପାରିବ । ସମସ୍ତ ନାରୀ ଆତ୍ମସୁରକ୍ଷା କୌଶଳ ଶିଖିପାରିଲେ ସମାଜର ଉନ୍ନତିରେ କେହି ବାଧା ଦେଇପାରିବେ ନାହିଁ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକାରୀ ଅଧିକାରୀ ଦିଲୀପ କୁମାର ଭୋଇ ସ୍ୱାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଅଧ୍ୟାପକ ଲୋକେଶ୍ୱର ବିଶି, ଗଙ୍ଗାଧର ପଧାନ, ସ୍ଥାନୀୟ ସିଆରସିସି ନରେନ୍ଦ୍ର କୁମାର ପୁରୋହିତ ସମ୍ମାନିତ ଅତିଥିଭାବେ ଯୋଗଦେଇ ପ୍ରମାଣପତ୍ର ବିତରଣ କରିଥିଲେ । ଶାରୀରିକ ଶିକ୍ଷକ ବନ୍ଦୋବସ୍ତ ସାହୁ, ତଥ୍ୟ ପରିଚାଳକ ମଧୁସୂଦନ ଭୋଇ, ଲକ୍ଷ୍ମୀନ୍ଦ୍ର ଭୋଇ, ଗୌରାଙ୍ଗଚରଣ ସାହୁ, ବଣ୍ଟି ବିଶ୍ୱାଳ ସହଯୋଗ କରିଥିଲେ । ମୁଖ୍ୟ ତାଲିମଦାତା ପ୍ରଣତୀ ପଧାନ ଓ ନିକିତା ମହାଣା ଛାତ୍ରୀମାନଙ୍କୁ ଆତ୍ମରକ୍ଷାର ବିଭିନ୍ନ କୌଶଳ ଉପରେ ତାଲିମ ଦେଇଥିଲେ । ଶେଷରେ ଅଧ୍ୟାପକ ସୀତାରାମ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.