ମହାକୁମ୍ଭ ୨୦୨୫ : ପ୍ରୟାଗରାଜର ସଙ୍ଗମରେ ପବିତ୍ର ବୁଡ ପକାଇଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ

  • ଭାରତୀୟତାର ମର୍ମ ବୁଝିବା ପାଇଁ ମହାକୁମ୍ଭକୁ ଆସନ୍ତୁ : ରାଜନାଥ ସିଂହ

ନୂଆଦିଲ୍ଲୀ, (ପିଆଇବି) : ମହାକୁମ୍ଭ ୨୦୨୫ରେ ଯୋଗଦେବା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରୟାଗରାଜରେ ପହଞ୍ଚିଛନ୍ତି । ରାଜନାଥ ସିଂହଙ୍କ ସହ ରାଜ୍ୟସଭା ସାଂସଦ ସୁଧାଂଶୁ ତ୍ରିବେଦୀ ମଧ୍ୟ ଉପସ୍ଥିତ ଥିଲେ । ପ୍ରୟାଗରାଜରେ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ପ୍ରଥମେ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ ପକାଇଥିଲେ । ଏହାପରେ ସେ ଅକ୍ଷୟ ବଟ, ପାତାଳପୁରୀ ଓ ବଡ ହନୁମାନ ମନ୍ଦିର ପରିଦର୍ଶନ କରିବା ସହ ମହାକୁମ୍ଭ ବ୍ୟବସ୍ଥାର ସମୀକ୍ଷା କରିଥିଲେ । ଏହି ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ପବିତ୍ର ତ୍ରିବେଣୀ ସଙ୍ଗମରେ ସ୍ନାନ କରିଥିଲେ । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ପ୍ରୟାଗରାଜର ସଙ୍ଗମରେ ସେ ଆଜି ବୁଡ ପକାଇବା ସୌଭାଗ୍ୟର ବିଷୟ । ଏହା ଭାରତୀୟତାର ଏକ ଭବ୍ୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପର୍ବ । ଭାରତୀୟତାର ମର୍ମ ବୁଝିବା ପାଇଁ ସମସ୍ତେ ମହାକୁମ୍ଭ ପରିଦର୍ଶନ କରିବା ଉଚିତ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.