ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଶନିବାର ଓ ରବିବାର ଦୁଇ ଦିନିଆ କର୍କଟ ରୋଗ ଏବଂ ସାଧାରଣ ଶଲ୍ୟ ବିଶେଷଜ୍ଞଙ୍କ ନିଶୁଳ୍କ ପରୀକ୍ଷଣ ଶିବିର ରାଜସ୍ଥାନୀ ହେଲ୍ଥ୍ ଫାଉଣ୍ଡେସନ ଓ ରାମକୃଷ୍ଣ କେୟାର ହସ୍ପିଟାଲ ରାୟପୁରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଓ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ ଉପସ୍ଥିତ ରହି ଫିତା କାଟି ଉକ୍ତ ଶିବିରକୁ ଉଦ୍ଘାଟନ କରିଥିଲେ । ତା’ସହ ଗରିବ ଶ୍ରେଣୀର ରୋଗୀଙ୍କୁ ରାଜସ୍ଥାନୀ ହେଲ୍ଥ୍ ଫାଉଣ୍ଡେସନ ତରଫରୁ ବେଡ୍ସିଟ୍ ବଣ୍ଟନ କରାଯାଇଥିଲା । ତା’ପରେ ସ୍ୱାସ୍ଥ୍ୟକେନ୍ଦ୍ରର ଭିତର ପଟ ବୁଲି ଅନୁଧ୍ୟାନ କରିଥିଲେ । ଏହି ଶିବିରକୁ ପରିଚାଳନା କରିବାରେ ରାମକୃଷ୍ଣ କେୟାର ହସ୍ପିଟାଲର ମାର୍କେଟିଂହେଡ ସୁକୁମାର ଦାସ, ଟିଟିଲାଗଡ଼ର ବିନୋଦ ମାରୋଡିଆ ଓ ସହରର ସ୍ୱେଚ୍ଛାସେବୀ ସଂଗଠନ ଗୁଡ଼ିକ ସହଯୋଗ କରିଥିଲେ ।