oom

ବୈଦିକ ବିଶ୍ଵଶାନ୍ତି ସମିତି ଓ ମା’ ରାମଚଣ୍ଡୀ ପୂଜା କମିଟି ଦ୍ୱାରା ଭଜନ ସମ୍ରାଟ ପଦ୍ମଶ୍ରୀ ଅନୁପ ଜଲୋଟାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସ୍ଥିତ ବିବେକ ବିହାର ପଡିଆରେ ବୈଦିକ ବିଶ୍ଵଶାନ୍ତି ସମିତି ଦ୍ୱାରା ଆୟୋଜିତ ପବିତ୍ର ମକର ସଂକ୍ରାନ୍ତି ପର୍ବରେ ନବକୁଣ୍ଡିୟ ବିଶ୍ଵଶାନ୍ତି ମହାଯଜ୍ଞ ବର୍ଣ୍ଣାଢ଼୍ୟ ସମ୍ଭାରରେ ସମାହିତ ହୋଇଯାଇଛି । ଏହି ବିଶ୍ଵଶାନ୍ତି ମହାଯଜ୍ଞର ମୁଖ୍ୟ ରାମଶଙ୍କର ଶତପଥୀଙ୍କ ଦ୍ୱାରା ପୂର୍ଣ୍ଣାହୁତି ଦିନ ସନ୍ଧ୍ୟାରେ ଏକ ଭଜନ ସଂଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଭଜନ ସମ୍ରାଟ ପଦ୍ମଶ୍ରୀ ଅନୁପ ଜଲୋଟା ଯୋଗ ଦେଇଥିଲେ । ଏହି ଅବସରରେ ଭଜନ ସମ୍ରାଟ ପଦ୍ମଶ୍ରୀ ଅନୁପ ଜଲୋଟାଙ୍କୁ ମା’ ରାମଚଣ୍ଡୀ ମନ୍ଦିର ଟ୍ରଷ୍ଟ ଓ ପୂଜା କମିଟି ତରଫରୁ ଆନୁଷ୍ଠାନିକ ଭାବେ ପୁଷ୍ପଗୁଚ୍ଛ ସହିତ ମାଁ ରାମଚଣ୍ଡୀଙ୍କ ପଟ୍ଟଚିତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ବୈଦିକ ବିଶ୍ୱଶାନ୍ତି ସମିତିର ମୁଖ୍ୟ ପୂଜ୍ୟ ଗୁରୁ ପଣ୍ଡିତ ରାମଶଙ୍କର ଶତପଥୀ, ଲକ୍ଷ୍ମୀନୃସିଂହ ପଣ୍ଡା, ସଂଯୋଜକ କମଲ ପଣ୍ଡା, ପୂଜା କମିଟି ଉପଦେଷ୍ଟା ତ୍ରିପତି ବାଲାଜୀ ମିଶ୍ର, ପୂଜା କମିଟି ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ, ଜ୍ୟୋତିର୍ବିଦ ଦୀପକ ଦାଶ, ସହ ସଂଯୋଜକ-ତୁଷାର ଶତପଥୀ, ସୁଧୀର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.