ପୁଣି ଦାଦନ ଶ୍ରମିକଙ୍କ ମୃତ୍ୟୁ : ଶବକୁ ଆଣିବା ପାଇଁ ପରିବାର ଲୋକଙ୍କୁ ଆର୍ଥିକ ସହଯୋଗ କଲେ ପୌରଅଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ଦାଦନ ଶ୍ରମିକଙ୍କ ମୃତ୍ୟୁ । ସପ୍ତାହେ ମଧ୍ୟରେ ବଲାଙ୍ଗିର ସହରରୁ ଦାଦନ ଖଟିବା ପାଇଁ ଯାଇଥିବା ତିନି ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଗତ ୧୧ ତାରିଖ ଦିନ ଚେନ୍ନାଇ ଠାରେ ବଲାଙ୍ଗିର ହାତୀଶାଲପଡ଼ାରୁ ଦାଦାନ ଖଟି ଯାଇଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ମଧ୍ୟ ତାମିଲନାଡୁରେ ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ୱାର୍ଡ଼ ନଂ ୧୮ ବିଜାଖମନର ଅନ୍ୟ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଯାହକୁ ନେଇ ଜିଲ୍ଲାରେ ଜୋର ଚର୍ଚ୍ଚା ହେଉଛି । ଅନ୍ୟପଟେ ଗତଥର ଭଳି ମୃତ ଦାଦନ ଶ୍ରମିକଙ୍କ ଶବକୁ ଆଣିବା ପାଇଁ ପରିବାର ଲୋକେ ସକ୍ଷମ ନଥିବା ବେଳେ ବଲାଙ୍ଗିର ପୌର ପରିଷ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୃତ ଶ୍ରମିକଙ୍କ ପରିବାର ପାଖରେ ପହଂଚି ସହଯୋଗର ହାତ ବଢାଇବା ସହ ସମବେଦନା ଜଣାଇଥିବା ନେଇ ସୂଚନା ରହିଛି ।

jittmm
Leave A Reply

Your email address will not be published.