ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆରମ୍ଭ ହେଲା କରୋନା ଟୀକାକରଣ : ପ୍ରଥମ ଦିନ ସିଏଚସିରେ ୭ ଡାକ୍ତରଙ୍କ ସହ ୮୮ଜଣ ସ୍ୱାସ୍ଥ୍ୟ କର୍ମୀ ନେଲେ କରୋନା ଟୀକା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୋମବାର ଦିନ କୋଭିଡ଼ ଯୋଦ୍ଧାଙ୍କୁ କରୋନା ଟୀକା ଦେବା ପ୍ରଥମ ପର୍ୟ୍ୟାୟ ଆରମ୍ଭ ହୋଇଛି । ପ୍ରଥମ ଦିନରେ ୭ଜଣ ଡ଼ାକ୍ତରଙ୍କ ସହ ମୋଟ ୮୮ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଟୀକା ଦିଆ ଯାଇଥିବା ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜଣାପଡ଼ିଛି । ପ୍ରଥମେ ଦେଓଗାଁ ସିଏଚ୍‌ସି ଅଧିକାରୀ ଡ. ସୁରେନ୍ଦ୍ର ପରକିଆ, ଡ. ମହାନ୍ତି, ଏମ୍‌ଏଚ୍‌ୟୁର ଡ. ପ୍ରମୋଦ ସାହୁ, ଡ. ଦେବାର୍ଚନା ମଲ୍ଲିକ, ଡ଼. ସୁବଳ ମିଶ୍ର. ଡ. ଯୋଗମାୟା ଭାରତୀ ବାଗ, ଡ. ମମତାମୟୀ ଦାଶଙ୍କ ସହ ସ୍ୱାସ୍ଥ୍ୟକର୍ମୀମାନେ ଟୀକା ନେଇଥିଲେ ।

ପ୍ରକାଶ ଥାଉକି, ଦେଓଗାଁ ବ୍ଲକରେ କରୋନା ଟୀକା ଦେବାକୁ ୪୦୦ଡ଼ୋଜ୍‌ ଆସିଛି । ପର୍ୟ୍ୟାୟ କ୍ରମେ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଟୀକା ପ୍ରଦାନ କରାଯିବ ବୋଲି ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ. ସୁରେନ୍ଦ୍ର ପରକିଆ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.