oom

ଭଗବାନ ପର୍ଶୁରାମ ବାହିନୀ ବଲାଙ୍ଗିର ଶାଖାର ସାଙ୍ଗଠନିକ ସଭା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ତୁଳସୀନଗର ସ୍ଥିତ ଟାଙ୍ଗେଶ୍ୱର ମନ୍ଦିର ପରିସରରେ ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ଆନୁକୁଲ୍ୟରେ, ଓଁ କାର ଧ୍ୱନୀ ସହ ପର୍ଶୁରାମ ବାହିନୀର ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ଶିବ ଶଙ୍କର ଖୁଆସ, ଗଂଗାଧର ଚାନ୍ଦ, ଶିବ ନାରାୟଣ ରଥ ଓ ମଂଚାସୀନ ସଦସ୍ୟଙ୍କ ଦ୍ୱାରା ଦ୍ୱୀପ ପ୍ରଜ୍ଜଳନ ଏବଂ ସିଦ୍ଧେଶ୍ଵର ପାଣିଗ୍ରାହୀଙ୍କ ସହ ମହାସଭାର ବରିଷ୍ଠ ସଦସ୍ୟଙ୍କ ଦ୍ୱାରା ଭଗବାନ ପର୍ଶୁରାମଙ୍କ ସଂଗୀତ ଗାନ କରାଯାଇଥିଲା । ସର୍ଜନ ଆଚାର୍ଯ୍ୟ ନାରିକେଳ ଅର୍ପଣ ପରେ ରାଜ୍ୟ ବ୍ରାହ୍ମଣ ମହାସଭା ଦ୍ୱାରା ରାଜ୍ୟ କାର୍ଯ୍ୟକାରିଣୀ ସଭାପତି, ପର୍ଶୁରାମ ବାହିନୀର, ଓଡିଶା ଭାବେ ମନୋନୀତ ହୋଇଥିବା ନରେନ୍ଦ୍ର କୁମାର ଆଚାର୍ଯ୍ୟଙ୍କୁ ବଲାଙ୍ଗିର ପର୍ଶୁରାମ ବାହିନୀ ତରଫରୁ ବ୍ରାହ୍ମଣ ମହାସଭା ସଭାପତି ଗୋପବନ୍ଧୁ ପୁରୋହିତ, ସଂପାଦକ ଜୟରାମ ମିଶ୍ର ଏବଂ ବରିଷ୍ଠ ସଦସ୍ୟ ସୁଧୀର ଚାନ୍ଦ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । କସ୍ତୁରୀ ରଥ ମାନପତ୍ର ପାଠ କରିଥିଲେ । ପରେ ସର୍ବସମ୍ମତି କ୍ରମେ ନବ ପର୍ଶୁରାମ ବାହିନୀ, ବଲାଙ୍ଗିର ଶାଖାର ଗଠନ କରାଯାଇଥିଲା । ଆଗାମୀ ଦିନରେ ଏହାର ଆଭିମୁଖ୍ୟ ଓ ଚଳିତ ବର୍ଷ ପର୍ଶୁରାମ ଜୟନ୍ତୀର ରୂପରେଖ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏହି ପରିପ୍ରେକ୍ଷୀରେ ସୌମ୍ୟ ମିଶ୍ର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବିଧୂଭୂଷଣ ତ୍ରିପାଠୀ, ରାଜେନ୍ଦ୍ର ହୋତା ଗୁରୁତ୍ୱପୂର୍ଣ୍ଣ ମତ ରଖିଥିଲେ ଏବଂ ସଭାରେ ଉପସ୍ଥିତ ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁ ଆରଟିଓ ଛକ ଠାରେ ଭଗବାନ ପର୍ଶୁରାମଙ୍କ ମୂର୍ତ୍ତି ସ୍ଥାପନା ଉପରେ ବିଶେଷ ଅବଗତ କରିବା ସହ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ସଭାରେ ବହୁ ସଂଖ୍ୟକ ଯୁବ ବ୍ରାହ୍ମଣ ଉପସ୍ଥିତ ରହି ପର୍ଶୁରାମ ବାହିନୀ ପାଇଁ ଉତ୍ସହ ପ୍ରକାଶ କରିଥିଲେ । ଏଭଳି ଏକ କାର୍ଯ୍ୟକ୍ରମକୁ ସକରାତ୍ମକ ସମ୍ପାଦନ ପାଇଁ ବିଘ୍ନରାଜ ମିଶ୍ର ଓ ଟାଙ୍ଗେଶ୍ୱର ମନ୍ଦିର କମିଟିକୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଶେଷରେ ପ୍ରଭାକର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସଭାକୁ ସୁଧିର କୁମାର ତ୍ରିପାଠୀ ପରିଚାଳନା କରିଥିଲେ । ରାକେଶ ପଣ୍ଡା ନୂତନ ସଦସ୍ୟଙ୍କର ତାଲିକା ପ୍ରସ୍ତୁତିର କାର୍ଯ୍ୟନିର୍ବାହ କରିଥିଲେ ।

jittmm
Leave A Reply

Your email address will not be published.