lika

ବଲାଙ୍ଗିର ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ମକର ସଂକ୍ରାନ୍ତି ଉତ୍ସବ ପାଳନ

gbag

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମକର ସଂକ୍ରାନ୍ତି ଉପଲକ୍ଷେ ବଲାଙ୍ଗିର ନଗରରେ ଥିବା ୬ଟି ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଶାଖାର ମିଳିତ ଉଦ୍ୟମରେ ସ୍ଥାନୀୟ ହାତୀସାଳପଡ଼ା ଠାରେ ମକର ସଂକ୍ରାନ୍ତି ଉତ୍ସବ ପାଳନ କରଯାଇଛି । ମୂଖ୍ୟ ଅତିଥିଭାବରେ ଅବସର ପ୍ରାପ୍ତ ପ୍ରସାଶନିକ ଅଧିକାରୀ ସତ୍ୟାନନ୍ଦ ସାହୁ, ମୁଖ୍ୟବକ୍ତା ଭାବରେ କେଶବ ପଟେଲ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ପ୍ରଥମ ବୀରକିଶୋର ସୁନା ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ ଜିଲ୍ଲା ନଗର ସଙ୍ଘ ଚାଳକ ପୁର୍ବତନ ମହିଳା କଲେଜ ଅଧ୍ୟକ୍ଷ ମନୋରଂଜନ ମିଶ୍ର, ବଉଦ ସୋନପୁର ବଲାଙ୍ଗିର ବିଭାଗ ସଙ୍ଘ ଚାଳକ ଯତୀନ୍ଦ୍ର ମୋହନ ପାଢ଼ୀ, ଜିଲ୍ଲା କାର୍ଯ୍ୟବାହ ସୁଶାନ୍ତ କୁମାର ନାୟକ, ସହ ନଗର ସଙ୍ଘ ଚାଳକ ତରଣିସେନ୍ ପଟେଲ, ବିଭାଗ ପ୍ରଚାରକ ପ୍ରଣବନାୟକ, ଜିଲ୍ଲା ପ୍ରଚାରକ ଆଲୋକ ପଟେଲଙ୍କ ସମେତ ବରିଷ୍ଟ ଓ କନିଷ୍ଟ ସ୍ଵୟଂ ସେବକମାନଙ୍କ ସମେତ ପଡ଼ାର ପ୍ରାୟ ୧୫୦ରୁ ଅଧିକ ମହିଳା ପୁରୁଷ ଯୋଗଦେଇଥିଲେ । ଦିବସ ଊପରେ ବୌଦ୍ଧିକ କରି ଆମର ସଂସ୍କୃତି ଓ ପରମ୍ପରାକୁ ଆମେ ଭୁଲି ନଯାଇ ଏହା ରକ୍ଷା କରିବା ଆମର ପରମ କର୍ତ୍ତବ୍ୟ ବୋଲି ଶ୍ରୀ ପଟେଲ କହିଥିଲେ । ସଙ୍ଘର ଗୌରିକ ଧ୍ଵଜକୁ ପୂଜନ କରିବା ସହିତ ଭାରତ ମାତା, ସଙ୍ଘ ପ୍ରତିଷ୍ଠାତା ସରସଂଘ ଚାଳକ ଡ଼କ୍ଟର ବଳିରାମ ହେଢ଼ଗବାର ଓ ଦ୍ଵିତୀୟ ସରସଂଘ ଚାଳକ ମାଧବ ରାଓ ସଦାଶିବ ରାଓ ଗୋଲବାଲକରଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ କରି ପୂଜନ କରଯାଇଥିଲା । ଶେଷରେ ଉପସ୍ଥିତ ସମସ୍ତଙ୍କୁ ପ୍ରସାଦ ରୂପେ ମକର ଚାଉଳ ଦିଆଯାଇଥିଲା ।

babaa
Leave A Reply

Your email address will not be published.