ଶୋକାକୁଳ ପରିବେଶରେ ବିଏସ୍‌ଏଫ୍‌ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବିଏସ୍‌ଏଫ୍‌ ଯବାନ ଭାସ୍କର ଜଡ଼ାଙ୍କ ମର ଶରୀର ତାଙ୍କ ଜନ୍ମମାଟି ନର୍ଲାରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଭାସ୍କର ଜାମ୍ମୁ କାଶ୍ମୀର ଶ୍ରୀନଗର ସୀମା ସୁରକ୍ଷା ବାହିନୀର ୧୬୧ ବାଟାଲିୟନରେ କାର୍ଯ୍ୟ କରୁଥିଲେ । ରବିବାର ଭାସ୍କର ତାଙ୍କ ସର୍ଭିସ ରାଇଫଲରେ ଗୁଳିକରି ଆତ୍ମହତ୍ୟା କରିଥିବା ବିଭାଗ ସୂଚନା ଦେଇଥିଲା । ଆଜି ମର ଶରୀର ନର୍ଲାରେ ପହଞ୍ଚିବା ପରେ ହଜାର ହଜାର ଜନ ସାଧାରଣଙ୍କ ଉପସ୍ଥିତିରେ ଏକ ଶୋକାକୁଳ ପରିବେଶରେ ଶେଷକୃତ୍ୟ କରାଯାଇଥିଲା । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଏବଂ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରି ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ସିଆର୍‌ପିଏଫ୍‌ ପକ୍ଷରୁ ସ୍ୱର୍ଗତ ଯବାନଙ୍କୁ ରାଷ୍ଟ୍ରୀୟ ସାମ୍ମନ ପ୍ରଦର୍ଶନ ପୂର୍ବକ ସାଲାମୀ ଦେଇ ସମ୍ମାନ ପ୍ରଦର୍ଶନ କରାଯିବାପରେ ଶେଷ କୃତ୍ୟ କରାଯାଇଥିଲା ।

Leave A Reply

Your email address will not be published.