- ଶ୍ରେଷ୍ଠ ଆୟୋଜକ ପଞ୍ଚାୟତ ଭାବେ ମଦନପୁର ପୁରସ୍କୃତ
ମ. ରାମପୁର, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଠାରେ ଶୁକ୍ରବାର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ପଧାନଙ୍କ ସଭାପତିତ୍ୱରେ ମହା ସମାରୋହରେ କଳାହାଣ୍ଡି ଜିଲ୍ଲାର ସଂସ୍କୃତି, ପରମ୍ପରାର ଗର୍ବର ଉତ୍ସବ ୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଉତ୍ଯାପିତ ହୋଇଯାଇଛି । ମା’ ଡୋକରି ମନ୍ଦିରର ମଶାଲ ଯାତ୍ରା ଆରମ୍ଭ ହୋଇ ଏକ ବିରାଟ ପଟୁଆରାରେ ଶ୍ରୀ କଳାକେନ୍ଦ୍ର କଟକ, ଗୋଟିପୁଅ ନୃତ୍ୟ ପୁରୀ, ଘୁମୁରା, ବାଜା ଓ ଅନେକ ସାଂସ୍କୃତିକ ଦଳ ସହ ହଜାର ହଜାର ସଂଖ୍ୟାରେ ଜନ ସାଧାରଣ ସମାରୋହ କରି ଦୁର୍ଗମାଧବ ଖେଳ ପଡ଼ିଆର ଘୁମୁରା ମଞ୍ଚରେ ମଶାଲ ସ୍ଥାପନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି, ମୁଖ୍ୟ ବକ୍ତା ବରିଷ୍ଟ ସାମ୍ବାଦିକ ସତ୍ୟନାରାୟଣ ମହାପାତ୍ର, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷ୍ୟା ମନ୍ଦା କିନି ସିଂଦେଓ, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ମ. ରାମପୁର ତହସିଲଦାର ସୁଧାକର ରଇତ, ଜିଲ୍ଲା ପରିଷଦ ସଦଷ୍ୟା ମଞ୍ଜୁଳତା ଧରୁଆ, ରାଜ୍ୟ ସରପଞ୍ଚ ସଂଘ ସଭାପତି ରୋମାଂଞ୍ଚ ସାହୁ, ମ. ରାମପୁର ସରପଞ୍ଚ ବୀଣାପାଣି ସାହୁ ଉପସ୍ଥିତ ରହି କଳାହାଣ୍ଡିର ପ୍ରାଚୀନ ଗାଥା, ସଂସ୍କୃତି ଓ ପରମ୍ପରା ଉପସ୍ଥାପନା କରିଥିଲେ । ଏଥିରେ ୧୯ଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟମାନଙ୍କୁ ସମ୍ମାନିତ କରିବା ସହ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରି । ୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ର ଶ୍ରେଷ୍ଠ ଆୟୋଜକ ପଞ୍ଚାୟତ ଭାବେ ସାଜସଜ୍ଜା, ପ୍ରତିଯୋଗିତା, ଅତିଥିଚର୍ଚ୍ଚା ଓ ଅନେକ ଦିଗରୁ ମଦନପୁରକୁ ଶ୍ରେଷ୍ଠ ଆୟୋଜକ ଗ୍ରାମ ପଞ୍ଚାୟତ ଭାବେ ଅତିଥିମାନେ ସମ୍ମାନୀତ କରିଥିଲେ । ଏହି ଅବସରରେ ସରପଞ୍ଚ କେତକୀ ଦଣ୍ଡିଆ ଓ ସମିତିସଭ୍ୟା ପଦ୍ମିନୀ ଭୋଇ ସମ୍ମାନ ଗ୍ରହଣ କରିଥିଲେ । ଏଥିପାଇଁ ନାଏବ ସରପଞ୍ଚ ବିରାଟ ମୁଣ୍ଡଛିନା, ପି.ଇ.ଓ. ସନିଶ୍ଚର୍ ସୁରଜ, ଏ.ଡି.ଇ.ଓ. ଶେଷଦେବ ବାଗ, ଯୋଗାଣ ସହାୟକ ହୃଷିକେଶ ବଗର୍ତ୍ତୀ, ସମସ୍ତ ୱାର୍ଡ ସଭ୍ୟ,ସଭ୍ୟା, କର୍ମଚାରୀ, ଶିକ୍ଷକ ମଧୁ ଦଣ୍ଡିଆ, ମମତା ସୁନା, ବୁଦ୍ଧି ଯିବି ଶତ୍ରୁଘନ ମହାନନ୍ଦ ଏବଂ ଅଞ୍ଚଳବାସୀଙ୍କ ସହଯୋଗ ପାଇଁ ଏହି ପୁରସ୍କାର ଆମ ପଞ୍ଚାୟତ ପାଇଛି ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମଟିକୁ ବରିଷ୍ଟ ସାମ୍ବାଦିକ ତଥା କବି ହେମନ୍ତ ସାହୁ ପରିଚାଳନା କରିଥିବା ବେଳେ ସହଯୋଗ କରିଥିଲେ ଆଇନଜୀବୀ ସତ୍ୟନାରାୟଣ ସାହୁ । ସେହିଭଳି ସାଂସ୍କୃତିକ କାର୍ଯ୍ୟକ୍ରମରେକୁ ସୁଧୀର ନାଏକ ଉତ୍ତଘୋଷକ ଥିଲେ ,ଏଥିରେ ମିଶନ ଶକ୍ତି, ଜୀବିକା ମିଶନ, ଶିକ୍ଷା ବିଭାଗ, ଉଦ୍ୟାନ ବିଭାଗ, କୃଷି ବିଭାଗ, ବିଭିନ୍ନ ଅନୁଷ୍ଠାନର କର୍ମଚାରୀ, ସମସ୍ତ ମହାସଙ୍ଗର ଏମ୍ବିକେ, ସିଆର୍ ପି, ପ୍ରାଣୀମିତ୍ର, କୃଷିମିତ୍ର, ବ୍ଲକ ଓ ପଞ୍ଚାୟତ ଇସି ସଦସ୍ୟା, ସଭ୍ୟ ସଭ୍ୟା ସହାର୍ଯ୍ୟ ସହଯୋଗ କରିଥିଲେ ।