oom

ବେଦାନ୍ତ କମ୍ପାନୀ ବିରୋଧରେ ନିୟମଗିରି ସୁରକ୍ଷା ସମିତିର ଡଙ୍ଗରିଆଙ୍କ ସାମ୍ବାଦିକ ସମ୍ମିଳନୀ

jsmm

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଶାଲି ପଞ୍ଚାୟତର ଲଖାପଦର ଗ୍ରାମରେ ବେଦାନ୍ତ କମ୍ପାନୀର ପୁନର୍ବାର ଗ୍ରାମସଭାକୁ ବିରୋଧ କରି ସାମ୍ବାଦିକ ସମ୍ମିଳନୀରେ ଗର୍ଜିଲେ ଡଙ୍ଗରିଆ କନ୍ଧ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ଥିବା ବେଦାନ୍ତ କମ୍ପାନୀ ନିୟମଗିରି ପାହାଡରୁ ଖଣି ଖନନ କରି ଚଳାଇବା ପାଇଁ ଷଡଯନ୍ତ୍ର କରିଆସୁଛି । ଚଳିତ ମାସ ୮ ତାରିଖରେ ବର୍ତ୍ତମାନ ବେଦାନ୍ତ କମ୍ପାନୀ କିଛି ଲୋକଙ୍କୁ ହାତ ଗୁଞ୍ଜା ଦେଇ କମ୍ପାନୀ ସପକ୍ଷରେ ପୁନର୍ବାର ଗ୍ରାମସଭା କରି ନିୟମଗିରିରୁ ଖଣି ଖନନ କରିବା ପାଇଁ ଏହା ଶୋଭାଯାତ୍ରା କରିଥିଲା । ଏହାକୁ ବିରୋଧ କରି ନିୟମଗିରି ପାହାଡରେ ଥିବା ୪ଟି ତଥା କଲ୍ୟାଣସିଂହପୁର, ବିଷମକଟକ, ମୁନିଗୁଡା ଓ ଲାଞ୍ଜିଗଡ଼ ବ୍ଲକର ୧୧୨ଖଣ୍ଡ ଗ୍ରାମ ବା ପଦରର ଡଙ୍ଗରିଆ କନ୍ଧମାନେ ଲାଖପଦର ଠାରେ ଏକତ୍ରିତ ହୋଇ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ, କମ୍ପାନୀମାନେ ଯେଉଁ ପ୍ରକାର ଷଡଯନ୍ତ୍ର କରୁଛନ୍ତି ତାହାକୁ ଖାରଜ କରାଯାଉ । ପୂର୍ବରୁ ସୁପ୍ରିମକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛି ସେହି ନିୟମ ଅନୁଯାୟୀ କାର୍ଯ୍ୟ କରନ୍ତୁ । ଏଥିରେ ନିୟମଗିରିର ଉପ ସଭାପତି ଦଦୀ ପୁସିକା, କୁଡୁଞ୍ଜି କୂଟରୁକା, ଲଖଣ ପୁସିକା, ଡ୍ରିଞ୍ଜୁ କୃଷିକା, ଯୁବ ସଭାପତି ଦାସରୁ କାଡ୍ରାକା, ସମ୍ବା ହୁଈକା, ଡ୍ରିକା କାଡ୍ରାକା, ଦଦୀ ସିକକା, କୃଷ୍ଣ ସିକକା ସମେତ ନିୟମଗିରି ପାହାଡରେ ବସବାସ କରୁଥିବା ଡଙ୍ଗରିଆ ମହିଳା ପୁରୁଷ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.