csstore

ସିହିନୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍‌ଯାପିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ସିହିନୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ବଗର୍ତ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଟିଟିଲାଗଡ଼ ବ୍ଲକ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶରତ ମିଶ୍ର, ପୂର୍ବତନ ପିଟି ଶିକ୍ଷକ ଧବଳେଶ୍ଵର ଦଳବେହେରା ଓ ବିଦ୍ୟାଳୟର ସଭାପତି ନେପାଳ ଚନ୍ଦନ ଉପସ୍ଥିତ ରହି କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ କରିଥିଲେ । କ୍ରୀଡା ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସିହିନୀ ସରପଞ୍ଚ ବୀରବର ସାହୁ, ସାମ୍ବାଦିକ ମାନସ ମହାନ୍ତି, ସିଆର୍‌ସିସି ବବଲୁ ଜାଲ ଓ ଲିଙ୍ଗରାଜ ନାଗ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଏହାପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଦୁଇଦିନ ଧରି ଚାଲିଥିବା କ୍ରୀଡା ପ୍ରତିଯୋଗିତାକୁ ପରିଚାଳନା କରିବାରେ ଖେଳ ଶିକ୍ଷକ ରାଜେଶ ସ୍ୱାଇଁ, ଦିଲ୍ଲୀପ ତ୍ରିପାଠୀ, ପ୍ରିତମ ନାୟକ, ମନ୍ଦାକିନୀ ମାଝୀ, ସୋଭାଗିନି ମିଶ୍ର, କଲ୍ୟାଣୀ ତ୍ରିପାଠୀ, ଦିପାଲି ନାଏକ, ଆରାଧନା ପଣ୍ଡା, ଘନଶ୍ୟାମ ପ୍ରଧାନ, ସସ୍ମିତା ପ୍ରଧାନି, ସରିତା ବରିହା, ତିଳୋତ୍ତମା ବେହେରା, ସ୍ଵପ୍ନଶ୍ରୀ ସାହୁ, ଝରଣା ପାଣ୍ଡେ, ଚନ୍ଦ୍ରକାନ୍ତ ସୁନାନି, ସୁଚିତ୍ରା ରାଉତ, ରୋମା ସୁନା, ଆଭାସ ପାଣିଗ୍ରାହୀ, ଦେବେନ୍ଦ୍ର ବାଗ, ବିଶ୍ୱଜିତ ଦତ୍ତ, ଏସ୍‌ଏଚ୍‌ଜିର ସଭ୍ୟ ସଭ୍ୟା ସହଯୋଗ କରିଥିଲେ । ସର୍ବଶେଷରେ ସହକାରୀ ଶିକ୍ଷକ ଘନଶ୍ୟାମ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.