oom

ଗ୍ରୀନ ପ୍ଲାଏଉଡ୍‌ ରାଜେଶ ମିତ୍ତାଳ ପ୍ରକଳ୍ପରେ ସ୍ଥାନୀୟ ୭୦ ଭାଗ ନିଯୁକ୍ତିକୁ ନେଇ ଗ୍ରାମବାସୀ ଦେଲେ ସମର୍ଥନ

jsmm

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଅନ୍ତର୍ଗତ ଦଳେଇଗୁଡ଼ା ଓ ପାକଝୋଲା ଗ୍ରାମ ପଂଚାୟତର ଅଧୀନରେ ଥିବା କାଡ଼ାମଗୁଡ଼ା ଗ୍ରାମରେ ଦୁଇ ପଞ୍ଚାୟତବାସୀ ଶତାଧିକ ଲୋକେ ଆଲଚନାରେ ଭାଗ ନେଇଥିଲେ । ଉକ୍ତ ବୈଠକରେ ପ୍ରତି ଗ୍ରାମରୁ ଜଣେ ଲେଖାଏ ନିଜନିଜର ମତ ସାବ୍ୟସ୍ତ କରିଥିଲେ ତଥା ଶିକ୍ଷାର ଉନ୍ନତି, ସ୍ୱାସ୍ଥ୍ୟ ସେବା ପାନୀୟ ଜଳ ବ୍ୟବସ୍ଥା ରାସ୍ତା ଘାଟ ମରାମତି, ସ୍କୁଲ କଲେଜ, ପାରିପାଶ୍ୱିର୍କ ଅଞ୍ଚଳର ଉନ୍ନତି କରଣରେ ସିଏସ୍‌ଆର୍‌ ଅନୁଦାନ ବ୍ୟବସ୍ଥା, ୨୪ ଘଣ୍ଟା ଆମ୍ବୁଲାନ୍ସ ବ୍ୟବସ୍ଥା ଏବଂ ଅଞ୍ଚଳବାସୀଙ୍କ ରୋଜଗାର ନିମନ୍ତେ ୭୦ ଭାଗ ନିଯୁକ୍ତି ଦେବା ଉପରେ ଗ୍ରାମବାସୀ ଦାବି ରଖିଥିଲେ । ପୁଣି ଗ୍ରାମବାସୀଙ୍କ ସ୍ଥାପନାକୁ ଗ୍ରୀନ ପ୍ଲାଇଉଡ୍‌ କମ୍ପାନୀର କର୍ତ୍ତୃପକ୍ଷଙ୍କ ସହ ମତ ଦେଇଥିବା ଦଖିବାକୁ ମିଳିଛି । କମ୍ପାନୀର ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରାନଯାଏ ଆଗାମୀ ଦିନରେ ଗ୍ରୀନ ପ୍ଲାଇଉଡ଼୍‌ କମ୍ପାନୀକୁ ବିରୋଧ କରାଯିବ ବୋଲି ଗ୍ରାମବାସୀ କହିଛନ୍ତି । ସେମିଲିଗୁଡା ତହସିଲଦାର ଦେବବ୍ରତ କରାଟେ, ସେମିଲିଗୁଡା ବିଡ଼ିଓ ଜାସ୍ମିନ ପ୍ରଧାନ, ଗ୍ରୀନ ପ୍ଲାଇଉଡ଼୍‌ର ନଡାଲ ଅଧିକାରୀ ପି.କେ. ଦାସ, ଆରଆଇ, ବ୍ଲକ ଉପାଧ୍ୟକ୍ଷ ଶିବା ବାଙ୍ଗାରି, ପିଓ ଅଭିମନ୍ୟୁ ଖରା, ଡୋଳାଇଗୁଡ଼ା ସରପଞ୍ଚ ମହାଲକ୍ଷ୍ମୀ ଯାନୀ, ପାଖଝୋଲା ସରପଞ୍ଚ ପ୍ରତିନିଧି ଲକ୍ସମନ କ୍ରିସାନି, କୋରାପୁଟିଆ ଜନସୁରକ୍ଷା ସଂଘ ସଭାପତି ଦାସିନନ୍ଦୀ ବାଲି, ମାଂଗୁଡୁ ଜାନି, ଘାସିରାମ ସୁପ୍ରିୟା, ମାଳିପର୍ବତ ସୁରକ୍ଷା ସମିତି ସଂଘ ସଭାପତି ବିଜୟ ଖିଲୋଙ୍କ ଉପସ୍ଥିତିରେ ଚୁକ୍ତିନାମା କରି ୬୦ ଏକର ଜାଗା ଚିହ୍ନଟ କରାଯାଇଥିଲା । ଏଥିରେ ପୁରୁଷ ମହିଳା ସମସ୍ତେ ଯୋଗଦେଇ ଶାନ୍ତିପୂର୍ଣ୍ଣ ଭାବେ ବୈଠକ ସମାପନ କରିଥିଲେ ।

jittmm
Leave A Reply

Your email address will not be published.