ନିଖିଳ ଓଡିଶା ଆଶା କର୍ମୀ ସଂଘର ଚତୁର୍ଥ ରାଜ୍ୟ ସମ୍ମିଳନୀ ଉଦ୍‌ଘାଟିତ

  • ଦାବି ହାସଲ ପାଇଁ ବଜେଟ ଅଧିବେଶନରେ ରାଜ୍ୟ ବ୍ୟାପି ଆନ୍ଦୋଳନ ଆହ୍ୱାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏଆଇଟିୟୁସି ସହବନ୍ଧିତ ନିଖିଳ ଓଡିଶା ଆଶା କର୍ମୀ ସଂଘର ଚତୁର୍ଥ ରାଜ୍ୟ ସମ୍ମିଳନୀ ଆଜି ପୂର୍ବାହ୍ନରେ ବଲାଙ୍ଗିର ରାଜେନ୍ଦ୍ର କଲେଜ ଛକ କଲ୍ୟାଣ ମଣ୍ଡପ ଠାରେ ଉଦ୍‌ଘାଟିତ ହୋଇଯାଇଛି । ଏହି ସମ୍ମିଳନୀର ଖୋଲା ଅଧିବେଶନ ଏଆଇଟିୟୁସି ରାଜ୍ୟ ସାଧାରଣ ସଂପାଦକ ତଥା ନିଖିଳ ଓଡିଶା ଆଶା କର୍ମୀ ସଂଘର ସଭାପତି କମ୍ରେଡ ବିଜୟ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏହି ସମ୍ମିଳନୀର ଅଭ୍ୟର୍ଥନା କମିଟି ଅଧ୍ୟକ୍ଷା ତଥା ବଲାଙ୍ଗିର ପୌରପାଳିକା ଅଧ୍ୟକ୍ଷା ଲିକା ସାହୁ ପ୍ରତିନିଧି ଓ ଅତିଥିମାନଙ୍କୁ ଅଭିବାଦନ କରିବା ସହ ଆଶାକର୍ମୀଙ୍କ ସେବାକୁ ଭୁୟସି ପ୍ରଶଂସା କରିଥିଲେ । ଆଶା କର୍ମୀମାନଙ୍କ ଯଥାର୍ଥ ଦାବିକୁ ସମର୍ଥନ ଜଣାଇଥିଲେ । ସମ୍ମିଳନୀର ଏହି ଖୋଳା ଅଧିବେଶନକୁ ନେସନାଲ ଫେଡେରେସନ ଅଫ୍‌ ଆଶା ୱାର୍କର୍ସ ଏଣ୍ଡ ବ୍ଲକ ଫେସିଲିଟେଟର୍ସର ସର୍ବଭାରତୀୟ ସାଧାରଣ ସଂପାଦକ କମ୍ରେଡ ଶ୍ୟାମ କାଲେ ଉଦ୍‌ଘାଟନ କରି ଦେଶରେ ମହିଳାମାନଙ୍କର ପ୍ରସବ ଜନିତ ମୃତ୍ୟୁ ରୋକିବା ପାଇଁ ଆଶା କର୍ମୀ ମହିଳାମାନଙ୍କର ତ୍ୟାଗ, ନିଷ୍ଠା ଓ ଆତ୍ମ ବଳିଦାନକୁ ଭୁୟସି ପ୍ରଶଂସା କରିଛନ୍ତି । କରୋନା ଭଳି ମହାମାରି ସମୟରେ ଲୋକେ ଘରୁ ବାହାରୁ ନଥିବା ବେଳେ ଘରକୁ ଘର ଯାଇ କରୋନା ରୋଗୀ ଚିହ୍ନଟ କରିବା ଓ ଯତ୍ନନେବା ଭଳିି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ମହାମାରି ଉପରେ ବିଜୟ ହାସଲ କଲେ । ଏହି ମହିଳା ଶ୍ରମିକମାନଙ୍କର ଶ୍ରମର ଶ୍ରେୟ ସରକାର ନେଇଥିବା ବେଳେ ଏମାନଙ୍କୁ ସମାଜରେ ସୁସ୍ଥରେ ବଂଚିବା ଭଳି ବେତନ ବା ଭତ୍ତା ଓ ସାମାଜିକ ନିରାପତ୍ତା ପ୍ରଦାନରେ ସରକାର ଅଣଦେଖା କରିଛନ୍ତି । ତେଣୁ ଏଆଇଟିୟୁସି ନେତୃତ୍ୱରେ ଆଶା କର୍ମୀମାନଙ୍କୁ ୱାର୍କର ମାନ୍ୟତା, ମାସିକ ସର୍ବନିମ୍ନ ମଜୁରି ୨୬ହଜାର ଟଙ୍କା ଓ ବିଭିନ୍ନ ସାମାଜିକ ନିରାପତ୍ତା ପ୍ରଦାନ ଦାବିରେ ଆନ୍ଦୋଳନ ଚାଲୁ ରହିଛି । ଏହି ଅଧିବେଶନରେ ମୁଖ୍ୟବକ୍ତା ଭାବେ ଏଆଇଟିୟୁସିର ରାଜ୍ୟ ସଭାପତି କମ୍ରେଡ ଅଶୋକ ଦାସ, ରାଜ୍ୟ ସଂପାଦକ ଜୟନ୍ତ ଦାସ, ନିଖିଳ ଓଡିଶା ଆଶା କର୍ମୀ ସଂଘର ସାଧାରଣ ସଂପାଦକ କମ୍ରେଡ ନମିତା ସାହୁ, ଉପ ସାଧାରଣ ସଂପାଦକ କମ୍ରେଡ ମାତିଲଦା କୁଲ୍ଲୁ, ଜିଲ୍ଲା ସଭାପତି କମ୍ରେଡ ତୀର୍ଥ ପଧାନ, ସଂପାଦକ କମ୍ରେଡ ଓମି ଗୁପ୍ତା, ସିପିଆଇର ଜିଲ୍ଲା ସଂପାଦକ କମ୍ରେଡ ପ୍ରେମ ବାଗ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ । ଆଶା କର୍ମୀଙ୍କ ବିଭିନ୍ନ ଦାବି ନେଇ ଆଗାମୀ ବିଧାନସଭା ବଜେଟ ଅଧିବେଶ ସମୟରେ ଅନିଦ୍ଦିଷ୍ଟ କାଳ ଆନ୍ଦୋଳନର ଆହ୍ୱାନ ଦିଆଯାଇଛି । ଖୋଲା ଅଧିବେଶନ ପୂର୍ବରୁ କୋସଲ କଳା ମଣ୍ଡଳ ଠାରୁ ଏକ ବର୍ଣ୍ଣାଡ୍ୟ ଶୋଭାଯାତ୍ରା ସହର ପରିକ୍ରମା କରି କଲ୍ୟାଣ ମଣ୍ଡପ ଠାରେ ପହଂଚି ଥିଲା । ଏହି ଶୋଭାଯାତ୍ରା ଓ ଅଧିବେଶନରେ ଏଆଇଟିୟୁସି ଜିଲ୍ଲା ସଂପାଦକ ଦେବାଶିଷ ବାବୁ, ସଂଘର ସରସ୍ୱତି ଶର୍ମା, ମମତା କଚ୍ଛପ, ବାଧବି ବେହେରା, ଲଳିତା ବାଗ, ବାସନ୍ତି ସେଠ, ମିନାକ୍ଷୀ ଜେନା, ପ୍ରେମଲତା ନାଗ, ବୃନ୍ଦାବତି ସରାଫ, କୁମୁଦିନି ସାହୁ, ସଂଯୁକ୍ତା ରାୟ, କୁମୁଦିନି ବାଗ, ବନୀତା ପୁଟେଲ, ସାଏବୁ ନନ୍ଦ, ପ୍ରବୀର କମ୍ପ, ଖାରୁଆ ମଲ୍ଲିକ, ଗୌର ଚନ୍ଦ୍ର ସ୍ୱାଇଁ, ପୁରୁଷୋତ୍ତମ କର୍ମୀ, ଉତ୍ତମ ମଲ୍ଲିକ, ଜଗବନ୍ଧୁ ବେହେରା, ପାଣ୍ଡବ ଭୋଇ, ବିଦୁର କୁମ୍ଭାର ପ୍ରମୁଖ ସଂଚାଳନ କରିଥିଲେ । ଅପରାହ୍ନ ୩. ଟାରେ ସମ୍ମିଳନୀର ପ୍ରତିନିଧି ଅଧିବେଶନ ଆରମ୍ଭ ହୋଇଅଛି ଏହା ଜାନୁୟାରୀ ୧୨ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ଚାଲିବ ।

Leave A Reply

Your email address will not be published.