csstore

ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵରାୟଙ୍କ ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର କଣ୍ଟ୍ରାକ୍ଟର କଲୋନୀ ସ୍ଥିତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵରାୟଙ୍କ ପ୍ରଥମ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରର ସଭାପତି ପ୍ରଭାତ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ନିରଞ୍ଜନ ସାମନ୍ତରାୟଙ୍କ ଆବାହକତ୍ଵରେ ଆୟୋଜିତ ଏହି ନୀଳକଣ୍ଠେଶ୍ଵର ବାବାଙ୍କ ଋଦ୍ରାଭିଷେକ କରାଯାଇଥିଲା । ପଣ୍ଡିତ ଉପେନ୍ଦ୍ର ନନ୍ଦ, ଚିତ୍ତରଞ୍ଜନ ରଥ, ସୁକାନ୍ତ ପଣ୍ଡା ପ୍ରମୁଖ ପୂଜକ ଭାବେ ଓ ସୁରେଶ ଦଳବେହେରା ଓ ପଦ୍ମାବତୀ ବେହେରା କର୍ତ୍ତା ଭାବେ ଦାୟିତ୍ୱ ତୁଳାଇଥିଲେ । ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ୟେକ୍ତା ମାନଙ୍କୁ ସାଧୁବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜ୍ୟୋସ୍ନାରାଣୀ ରାଉତ, ଏସ୍ ରାଜୁ, କୈଳାଶ ଚନ୍ଦ୍ର ପାତ୍ର, ବସନ୍ତ କୁମାର ଦେଓ, ଅଶୋକ ସାହୁ, ଶ୍ରୀକାନ୍ତ ସାହୁ, ଗଙ୍ଗାଧର ଦାଶ, ଧର୍ମେନ୍ଦ୍ର ଦାଶ, ଚିତ୍ତରଞ୍ଜନ ନନ୍ଦ, ସୁବାସ ଗୁପ୍ତା, ଶମ୍ଭୁ ପାଣ୍ଡେ, ଶରତ ଚନ୍ଦ୍ର ପଣ୍ଡା, କ୍ରିଷ୍ଣା ସାହା, ବିବେକାନନ୍ଦ ସାହୁ, ବେଦପ୍ରକାଶ ଶର୍ମା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ସହସ୍ରାଧିକ ଶ୍ରଦ୍ଧାଳୁ ଯୋଗଦେଇ ନୀଳକଣ୍ଠେଶ୍ଵର ବାବାଙ୍କ ଆଶିର୍ବାଦ ଲାଭ କରିବା ସହ ସମସ୍ତେ ପ୍ରସାଦ ସେବନ କରିଥିଲେ ।

jayashree
Leave A Reply

Your email address will not be published.