csstore

ଚତୁର୍ଥ ଅଭିଭାବକ ଶିକ୍ଷକ ତଥା ପରିଚାଳନା କମିଟି ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ସମଗ୍ର ଶିକ୍ଷା ଆନୁକୂଲ୍ୟରେ ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ସରକାରଙ୍କ ଏକ ପ୍ରୟାସ ଅନୁସାରେ ଚତୁର୍ଥ ଅଭିଭାବକ ଶିକ୍ଷକ ତଥା ପରିଚାଳନା କମିଟି ସଦସ୍ୟ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରେଣୁଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ଶିକ୍ଷକ ପ୍ରମୋଦ ନାଥ ଆଜିକାର ସଭାରେ ସରକାରଙ୍କ ଦ୍ଵାରା ପ୍ରଦତ୍ତ ମାର୍ଗଦର୍ଶିକାର ବିଭିନ୍ନ ବିନ୍ଦୁ ଉପରେ ଆଲୋଚନା କରିଥିଲେ । ଏହି ସଭାରେ ବରିଷ୍ଠ ଅତିଥି ଶିକ୍ଷକ ଅକ୍ଷୟ କୁମାର ବେହେରା, ପୂର୍ବତନ ଶିକ୍ଷକ ଟିକେଲାଲ ସାହୁ, ଚନ୍ଦ୍ରଭାନୁ ବଡ଼ଗୁଛିଆ ଉପସ୍ଥିତ ଥିଲେ । ହିନ୍ଦୀ ଶିକ୍ଷକ ଲେଖୃ ବାରିକ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ସୁରେଶ ପଟେଲ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.