ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଅନ୍ତର୍ଗତ ବଡଟିକା କ୍ରୀଡା ସଂଘ ଆନୁକୁଲ୍ୟରେ ଅନୁଷ୍ଠିତ ପ୍ରଥମ ରାଜ୍ୟସ୍ତରୀୟ ବଡଟିକା କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ପଂଚମ ଦିବସ ଖେଳ ସମ୍ବଲପୁର ଏଫସି ଦଳ ଦୋସ୍ତି ବ୍ରଦର୍ସ ସୁନ୍ଦରଗଡକୁ ୨ – ୦ଗୋଲରେ ବିଜୟୀ ହୋଇ ସେମିଫାଇନାଲକୁ ପ୍ରବେଶ କରିଥିବା କମିଟି ତରଫରୁ ସୂଚନା ମିଳିଛି । ମୁଖ୍ୟ ଅତିଥି ଭାବେ କୁଶଙ୍ଗ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର କଲେତ ଉପସ୍ଥିତ ଥିଲେ । ସମ୍ମାନୀତ ଅତିଥି ଭାବେ ବଲାଙ୍ଗିର କ୍ରୀଡା ସଂସଦ ସଦସ୍ୟ ସିଦ୍ଧେଶ୍ଵର ମିଶ୍ର, ସମାଜସେବୀ ଦାମୋଦର ବେହେରା, ବଲାଙ୍ଗିର କ୍ରୀଡା ସଂସଦ କୋଷାଧ୍ୟକ୍ଷ ହେମନ୍ତ ବେହେରା, ଫିଓରେଫରି ପ୍ରଫୁଲ୍ଲ ବଗର୍ତ୍ତି, ଏମପି ପ୍ରତିନିଧି ବାଳକୃଷ୍ଣ ଧରୁଆ, ବୁର୍ଡା ସରପଂଚ ସୁଦିପ ସା, ଯୁବନେତା ଆନନ୍ଦ ମେହେର, ଗୋଣ୍ଡୱାନା ଛାତ୍ର ସଂଗଠନର ଉପସଭାପତି ଚନ୍ଦ୍ରଶେଖର କୁଅଁର, ରୁକ୍ମଣ ଧରୁଆ, ବଡଟିକା ସରପଂଚ ଉଦୟନାଥ ନାଏକ ପ୍ରମୁଖ ମଂଚାସୀନ ଥିଲେ । ମ୍ୟାଚ କମିଶନର ସୁଦୟ ବାରିକଙ୍କ ପ୍ରତ୍ୟକ୍ଷ ତ୍ୱାବଧାନରେ ରାଜକୁମାର ମଣ୍ଡଳ, ହିମାଂଶୁ ଶେଖର ଭୋଇ, ସୁଧାଂଶୁ ଶେଖର ସେଠ, ସଞ୍ଜିବ ମହାରଣା ଖେଳ ପରିଚାଳନା କରିଥିଲେ । ମଂଚ ପରିଚାଳନା କରିଥିଲେ ଆନନ୍ଦ ପଧାନ । ସମ୍ବଲପୁର ଏଫସି ଦଳ ଖେଳାଳି ପ୍ରଶାନ୍ତ ଓରାମ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ପୁରସ୍କସ୍କୃତ ହୋଇଥିବା ସୂଚନାରୁ ପ୍ରକାଶ । କ୍ରୀଡା ସଂଘର ସଭାପତି ଭୂବନେଶ୍ୱର ଧରୁଆ, ଉପସଭାପତି ଗୋପାଳ ବିଶ୍ୱାଲଙ୍କ ସହ କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ । ବଡଟିକା ତଥା ଆଖପାଖ ଅଞ୍ଚଳର ସହସ୍ରାଧିକ ଫୁଟବଲ ଖେଳପ୍ରେମୀ ପଡିଆରେ ଉପସ୍ଥିତ ରହି ଖେଳ ଉପଭୋଗ କରିବା ସଂଗେ ଖେଳାଳିମାନଙ୍କୁ ଉତ୍ସାହିତ କରୁଥିଲେ । ଶନିବାର ଦ୍ୱିତୀୟ ସେମିଫାଇନାଲ ବରଗଡ ୟୁନାଇଟେଡ ଓ ସମ୍ବଲପୁର ଏଫସି ଦଳ ମଧ୍ୟରେ ଅନୁଷ୍ଠିତ ହେବାକୁ ନେଇ କମିଟି ସୂତ୍ରରୁ ପ୍ରକାଶ ।
Next Post