oom

ବଲାଙ୍ଗିର ଜିଲ୍ଲାସ୍ତରୀୟ ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନର ମନ୍ଥନ ଶିବିର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ ପକ୍ଷରୁ ଶୁକ୍ରବାର ଦିନ ଅତିରିକ୍ତ ଜିଲ୍ଲାପାଳ, ବଲାଙ୍ଗିର ଡାଃ. ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ଅନୁଭାଗରେ କାର୍ଯ୍ୟରତ ଅଧିକାରୀଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନଙ୍କର ଏକ ବୈଠକ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାରେ ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଯୋଜନାର ସୁପରିଚାଳନା ଏବଂ ଏହାଦ୍ୱାରା ଜିଲ୍ଲାରେ ଥିବା ଆଦିବାସୀମାନଙ୍କର ଜୀବନଶୈଳୀକୁ ତ୍ୱରାନ୍ୱିତ କରିବା ପାଇଁ ଆନିତ ଯୋଜନା ମାନଙ୍କର କାର୍ଯ୍ୟକାରିତା ବିଷୟରେ ଅଧିକ ତଥ୍ୟ ଦିଆଯାଇଥିଲା । ସୂଚନା ଥାଉକି, ଗତ ନଭେମ୍ବର ୧୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଏହି ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଲୋକାର୍ପିତ ହୋଇଥିଲା । ଏହି ପ୍ରକଳ୍ପରେ ଓଡ଼ିଶାର ୨୭ଟି ଜିଲ୍ଲାର ୨୪୩ଟି ବ୍ଲକର ୭୬୬୭ଟି ଗ୍ରାମରେ ଏହି ଅଭିଯାନ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଚାଲୁ ରହିବ । ସୂଚନା ମୁତାବକ, ବଲାଙ୍ଗିର ଜିଲ୍ଲାରେ ଥିବା ୧୪ଟି ବ୍ଲକରେ ୨୫୮ଟି ଚିହ୍ନଟ ହୋଇଥିବା ଆଦିବାସୀ ବହୁଳ ଗ୍ରାମମାନଙ୍କରେ ବିକାଶକୁ ତ୍ୱରାନ୍ୱିତ କରିବା, ସେଠାକାର ଅନୁଷ୍ଠାନର ଉନ୍ନତି କରିବା, ଆଦିବାସୀମାନଙ୍କୁ ସଶକ୍ତ କରିବା, ସେମାନଙ୍କ ଜୀବନ ଜୀବିକାରେ ଉନ୍ନତି ଆଣିବା, ଯେମିତି କି ବାସ ଉପଯୋଗୀ ପକ୍କା ଘର, ବିଦ୍ୟୁତ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଉତ୍ତମ ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା ଯୋଗାଇ ଦେବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ । ଆଗାମୀ ୫ ବର୍ଷ ଧରି ଚାଲିବାକୁ ଥିବା ଏହି ଅଭିଯାନରେ ଚିହ୍ନିତ ହୋଇଥିବା ଜିଲ୍ଲାର ସମସ୍ତ ଗ୍ରାମ ଯେଉଁଠାରେ କି ଆଦିବାସୀମାନଙ୍କ ବସବାସ ଅଧିକ ରହୁଛି, ସେମାନଙ୍କ ନିମନ୍ତେ ଏହି ଅଭିଯାନ ଅନୁଯାୟୀ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ବହୁ କାର୍ଯ୍ୟକ୍ରମ କରାଯାଉଛି । ଏହି ଜିଲ୍ଲା ସ୍ତରୀୟ ମନ୍ଥନ ଶିବିରକୁ ୟୁଏନଡିପି ଦ୍ଵାରା ପରିଚାଳିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ତଥା ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀମାନେ ସାମିଲ ହୋଇଥିଲେ । ଆଦିବାସୀ ଜନଜାତି ରହୁଥିବା ଅଞ୍ଚଳମାନଙ୍କରେ ବିଭାଗ ଦ୍ଵାରା ଚାଲୁଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ତଥା କିପରି ପରିପୂର୍ଣ୍ଣତା ହୋଇପାରିବ ତାହା ନେଇ ଯୋଜନା ପ୍ରସ୍ତୁତ କରିବା ପାଇଁ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ୟୁଏନଡିପିର ବିନୟ କିଶୋର ଦାଶ, ଶ୍ରଦ୍ଧାଞ୍ଜଳି ହୋତା, ଜିଲ୍ଲା ଶିକ୍ଷା ଅଧିକାରୀ, ଧ୍ରୁବ ଚରଣ ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେଖ ବିଶ୍ଵାଳ, ସାଧାରଣ ସଞ୍ଚାଳକ, ଜିଲ୍ଲା ଶିଳ୍ପ କେନ୍ଦ୍ର, ବି.ପି.ଦାସ, ଜିଲ୍ଲା ପଞ୍ଚାୟତ ଅଧିକାରୀ ପି.କେ ମିଶ୍ର, ଜିଲ୍ଲା ମୁଖ୍ୟ ଚିକିଷା ଅଧିକାରୀ ଡାଃ. ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ସୁସୁମା ମହାପାତ୍ର, ନିର୍ବାହୀ ଯନ୍ତ୍ରୀ, ଟିପିଡ୍ଲୁଓଡିଏଲ୍‌, ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ, ମୁରିବାହାଲ, ଦେଗାଁ, ସଇଁତଳା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବଲାଙ୍ଗିର, ସମସ୍ତ ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ମଙ୍ଗଳ ସଂପ୍ରସାରଣ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.