csstore

ଦିବ୍ୟଦୃଷ୍ଟି ଯୋଜନାରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ପ୍ରତିଷ୍ଠିତ ସରକାରୀ ଅନସ୍ଲୋ ହାଇସ୍କୁଲର ମେଇନ୍ ହଲ୍‌ରେ ବିଭିନ୍ନ ସରକାରୀ ସ୍କୁଲ୍ ତଥା ଶିକ୍ଷାନୁଷ୍ଠାନ ଗୁଡିକର ଛାତ୍ରଛାତ୍ରୀ ମାନଙ୍କର ଚକ୍ଷୁ ପରୀକ୍ଷା ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶିବିରକୁ ଅତିରିକ୍ତ ତହସିଲଦାର ମନୋଜ କୁମାର ପ୍ରଧାନ ପ୍ରଦୀପ ଜାଳି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସମ୍ବଳ ସଂଯୋଜକ ତପନ କୁମାର ସାହୁ, ବି.ଆର୍.ସି.ସି. ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଂଯୁକ୍ତା ରଥ, ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀ ଦୀପାଞ୍ଜଳି ମହାନ୍ତି, ଗୋଷ୍ଠୀ ସମ୍ବଳ ଶିକ୍ଷକ ଅଶ୍ଵିନୀ କୁମାର ପାଇକରାୟ, ସି.ଆର୍.ସି.ସି. ଆଲୋକ ସେଠୀ, ଛତ୍ରପୁର ଉପଖଣ୍ଡ ହସ୍ପିଟାଲ୍‌ର ଚକ୍ଷୁ ବିଶେଷଜ୍ଞ ସିଲା ସୀତାରାମ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.