csstore

ପାଇକମାଲ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଡ. ଦ୍ଵାଦଶ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥି ରୂପେ ବିଇଓ ଚୁଡ଼ାମଣି ବାରିକ ଓ ସମ୍ମାନିତ ଅତିଥି ବିନୋଦ କାଳିଆ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଦୌଡ଼, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ଡିସ୍‌କସ୍‌ ଥ୍ରୋ, ସଟ୍‌ଫୁଟ୍‌, ମ୍ୟୁଜିକ୍‌ ଚେୟାର୍‌,ସ୍ଲୋ ସାଇକଲ ଭଳି ୧୬ଟି ପ୍ରତିଯୋଗିତାରେ ୨୧୦ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସମାପନ ସମାରୋହରେ ପଦ୍ମପୁର ବିଧାୟକ ଶ୍ରୀମତୀ ବର୍ଷା ସିଂ ବରିହା ଯୋଗଦାନ କରି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଟାଇଲ ଚନ୍ଦ୍ର ଭୋଇ, ସଞ୍ଜୀବ ବରିହା, ହୃଦାନନ୍ଦ ବାରିକ, ବଡ଼ ଶତପଥୀ, ସୁରଥ କୁମାର ସାହୁ, କୁଞ୍ଜବିହାରୀ ସାହୁ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଚମ୍ପିଆନ ଭାବେ ପ୍ରେମାନନ୍ଦ ବରିହା, ଝରଣା ସାହୁଙ୍କୁ ତଥା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରି ସମ୍ମାନିତ କରାଯାଇଥିଲା । ବବିତା ବେହେରା, ସୁଦାମ ପାଣ୍ଡେ, ଅମିତ୍ ସାହୁ, ଲଳିତ କୁମାର ବିଶ୍ୱାଳ, ମନୋଜ କୁମାର ସାହୁ, ଜେ. ଏସ୍‌. ସ୍ଵାଧୀନ, ରଜତ କୁମାର ମିଶ୍ର, ମଧୁସ୍ମିତା ମେହେର, ଆନନ୍ଦିନୀ ସେଠ୍, ମୀନା କୁମାରୀ ଦାସ, ରବିନାରାୟଣ ମଟାରୀ, ବିଶ୍ଵାମିତ୍ର ସୁନା, ସୁଶୀଳା ପ୍ରମୁଖ ସହଯୋଗ କରିଥିଲେ । ତ୍ରିଲୋଚନ ନାୟକ ମଞ୍ଚ ପରିଚାଳନା ଏବଂ ରଜତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.