csstore

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସ୍ୱର୍ଗତ ସଦାଶିବ ରଣାଙ୍କ ଶୋକସଭା ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସ୍ଵର୍ଗତ ସଦାଶିବ ରଣାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଓ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ଗହଣରେ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ରେହାନ ଖତ୍ରୀ ଉପସ୍ଥିତ ରହି ସ୍ମୃତିଚାରଣ ଓ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ସ୍ଵର୍ଗତ ସଦାଶିବ ରଣାଙ୍କ ବିୟୋଗରେ ଏକ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା । ଶୋକସଭାରେ ଡେପୁଟି କଲେକ୍ଟର, ହରେକୃଷ୍ଣ ମେହେର, ସହାୟକ ଜିଲ୍ଲାପାଳ ସନ୍ତୋଷ ବେହେରା, ସବ୍‌ ରେଜିଷ୍ଟର ଗିରୀଶ ଚନ୍ଦ୍ର ଧାରୁଆ, ସହାୟକ ଯୋଗାଣ ଅଧିକାରୀ ସଂକର୍ଷଣ ଭୁଏ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝି, ସେକ୍ସନ ଅଧିକାରୀ ଶ୍ରୀମତୀ ମାଧୁରୀ ପଟ୍ଟନାୟକ, ଯୁଗଳ କିଶୋର ରାଉତ, ଶ୍ରୀମତୀ ସତ୍ୟବତୀ ଚୌକଦର, ବରିଷ୍ଠ ରାଜସ୍ୱ ସହାୟକ ସୁନୀଲ କୁମାର ତାଣ୍ଡି, ଦେବେନ୍ଦ୍ର ନାୟକ, ଶ୍ୟାମ ସେଠ, ସନ୍ତୋଷ ବାଗ, ପ୍ରକାଶ ସାହୁ, ତପସ୍ଵିନୀ ନାୟକ, କନିଷ୍ଠ ରାଜସ୍ୱ ସହାୟକ ନିବେଦିତା ମୁଖାର୍ଜୀ, ହେମାମଞ୍ଜରୀ ସାହୁ, ଝସକେତନ ବଢିଆ, ଶଶୀଭୂଷଣ ମାଝି, ରାଜେଶ ରଣା, ଅନୁପମ ବିଶି, ଅନୁରାଗ ଇନ୍ଦୋରିଆ, ଦମୟନ୍ତୀ ପ୍ରଧାନୀ, ସନତ କନହର, ଡିଇଓ ରାଧାକାନ୍ତ ମହାନ୍ତି, ଉତ୍ତମ ଚିନାଗୁଣ ଏବଂ ଉପଜିଲ୍ଲାପାଳ ଓ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.