ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା

  • ଗତ ଚାରି ବର୍ଷ ମଧ୍ୟରେ ଭାରତ-ଆମେରିକା ବ୍ୟାପକ ବିଶ୍ୱସ୍ତରୀୟ ରଣନୀତିକ ଭାଗିଦାରୀର ଅଗ୍ରଗତିକୁ ନେଇ କଲେ ଆଲୋଚନା
  • ରାଷ୍ଟ୍ରପତି ବାଇଡେନଙ୍କ ସହ ତାଙ୍କର ଏକାଧିକ ବୈଠକକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ଏବଂ ଆପୋସ ସମ୍ପର୍କକୁ ସୁଦୃଢ଼ କରିବାରେ ତାଙ୍କର ଅବଦାନକୁ କଲେ ପ୍ରଶଂସା
  • ଏନଏସଏ ସୁଲିଭାନଙ୍କ ଦ୍ୱାରା ହସ୍ତାନ୍ତର କରାଯାଇଥିବା ରାଷ୍ଟ୍ରପତି ବାଇଡେନଙ୍କ ଚିଠିକୁ ସ୍ୱୀକାର କଲେ ପ୍ରଧାନମନ୍ତ୍ରୀ
  • ବିଶ୍ୱର ଦୁଇଟି ସର୍ବବୃହତ ଗଣତାନ୍ତ୍ରିକ ଦେଶ ମଧ୍ୟରେ ସହଯୋଗକୁ ଆହୁରି ଗଭୀର କରିବା ଲାଗି ଭାରତର ପ୍ରତିବଦ୍ଧତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ
  • ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଥମ ମହିଳା ଡକ୍ଟର ଜିଲ୍ ବାଇଡେନଙ୍କୁ ସଦ୍ଦିଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜ୍ୟାକ୍ ସୁଲିଭାନ୍ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ବିଶେଷ କରି ପ୍ରଯୁକ୍ତି, ପ୍ରତିରକ୍ଷା, ମହାକାଶ, ବେସାମରିକ ଆଣବିକ କ୍ଷେତ୍ର, ସ୍ୱଚ୍ଛ ଶକ୍ତି, ସେମିକଣ୍ଡକ୍ଟର ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ପ୍ରମୁଖ କ୍ଷେତ୍ରରେ ଗତ ୪ ବର୍ଷ ମଧ୍ୟରେ ଭାରତ-ଆମେରିକା ବ୍ୟାପକ ବିଶ୍ୱସ୍ତରୀୟ ରଣନୀତିକ ଭାଗିଦାରୀ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତିକୁ ସେମାନେ ସକରାତ୍ମକ ଭାବେ ମୂଲ୍ୟାଙ୍କନ କରିଥିଲେ । ସେପ୍ଟେମ୍ବର ୨୦୨୪ରେ କ୍ୱାଡ୍ ଲିଡର୍ସ ସମ୍ମିଳନୀ ପାଇଁ ଆମେରିକା ଗସ୍ତ ସମୟରେ ରାଷ୍ଟ୍ରପତି ବାଇଡେନ ସହ ତାଙ୍କର ଏକାଧିକ ବୈଠକ ବିଷୟରେ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ । ଭାରତ-ଆମେରିକା ବ୍ୟାପକ ବିଶ୍ୱସ୍ତରୀୟ ରଣନୀତିକ ଭାଗିଦାରୀକୁ ମଜବୁତ କରିବାରେ ଏକ ଦୀର୍ଘସ୍ଥାୟୀ ପ୍ରଭାବ ପକାଇଥିବା ରାଷ୍ଟ୍ରପତି ବାଇଡେନଙ୍କ ଅବଦାନକୁ ସେ ପ୍ରଶଂସା କରିଥିଲେ । ଏନଏସଏ ସୁଲିଭାନଙ୍କ ଦ୍ୱାରା ହସ୍ତାନ୍ତର କରାଯାଇଥିବା ରାଷ୍ଟ୍ରପତି ବାଇଡେନଙ୍କ ଚିଠିକୁ ପ୍ରଧାନମନ୍ତ୍ରୀ ଗଭୀର ଭାବେ ସ୍ୱୀକାର କରିଥିଲେ । ଦୁଇ ଦେଶର ଲୋକମାନଙ୍କ କଲ୍ୟାଣ ତଥା ବିଶ୍ୱର ମଙ୍ଗଳ ପାଇଁ ଦୁଇ ଗଣତନ୍ତ୍ର ମଧ୍ୟରେ ଘନିଷ୍ଠ ସହଯୋଗକୁ ଆହୁରି ଗଭୀର କରିବା ଲାଗି ପ୍ରଧାନମନ୍ତ୍ରୀ ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ବାଇଡେନ ଏବଂ ପ୍ରଥମ ମହିଳା ଡକ୍ଟର ଜିଲ୍ ବାଇଡେନଙ୍କୁ ନିଜର ସଦ୍ଦିଚ୍ଛା ଜଣାଇଥିଲେ ।

Leave A Reply

Your email address will not be published.