oom

ଶୁଲିଆ ପୀଠରେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ

jsmm
  • ଆଶିଷ କାମନା ସହ ଲୋକଙ୍କ ମଙ୍ଗଳ କାମନା କଲେ : ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଦିବାସୀଙ୍କ ଆସ୍ଥା ବିଶ୍ୱାସ ଓ ପରମ୍ପରାର ପ୍ରସିଦ୍ଧ ଯାତ୍ରା ଶୁଲିଆ ଯାତ୍ରା ହଜାର ହଜାର ଶ୍ରଦ୍ଧାଲୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରାରେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ଆଦିବାସୀ ଦେବତା ପ୍ରସିଦ୍ଧ ଶୁଲିଆ ବୁଢାଙ୍କ ଦର୍ଶନ କରିବା ସହ ଲୋକଙ୍କ ମଙ୍ଗଳ ପାିଁ ପ୍ରାର୍ଥନା କରିଥିଲେ । ଦେଓଗାଁ ବ୍ଲକ କୁଲତାପଡା ପଂଚାୟତର ଖଇରଗୁଡାରେ ଶୁଲିଆ ବାବାଙ୍କ ମୁଖ୍ୟ ପୀଠରେ ପ୍ରବଳ ଜନ ଗହଳି ଭିତରେ ଅଦିବାସୀଙ୍କ ପ୍ରଥା ଓ ପରମ୍ପରା ଭିତରେରେ ଆଜି ନିଜର ମାନସିକ ପୂରଣ ପାଇଁ ଶ୍ରଦ୍ଧାଲୁମାନେ ବିଭିନ୍ନ ପ୍ରକାର ପଶୁପକ୍ଷୀ ବଳି ଦେବାର ଦେଖାଯାଇଥିଲା । ପୂର୍ବତନ ମନ୍ତ୍ରୀ ଶ୍ରୀ ମିଶ୍ର ଏ ଅବସରରେ କହିଥିଲେ ଯେ, ଲୋକଙ୍କ ଆସ୍ଥା ମୁତାବକ ସୁଲୁଆ ଯାତ୍ରା ଶହ ଶହ ବର୍ଷ ପୂର୍ବରୁ ଆଦିବାସୀ ଲୋକେ ପାଳନ କରିଆସୁଛନ୍ତି । ଶୁଲିଆ ଯାତ୍ରା ପ୍ରତି କେବଳ ଆସିବାସୀ ନୁହନ୍ତି ଆଣ ଆଦିବାସୀମାନଙ୍କ ମଧ୍ୟ ଅଗାଧ ବିଶ୍ୱାସ ଓ ଆସ୍ଥା ଅଛି । ଏହି ଯାତ୍ରାରେ ହେଉଥିବା ପଶୁ ବଳିରେ ଅଙ୍କୁଶ ଲଗାଇବା ପାଇଁ କିଛି କୁଚକ୍ରୀ ଅତୀତରେ ପ୍ରୟାସ କରିଥିଲେ କିନ୍ତୁ ମାନ୍ୟବର ସୁପ୍ରିମ କୋର୍ଟ ଆସିବାସୀଙ୍କ ଏହି ପରମ୍ପରାକୁ ଆଇନ ମଧ୍ୟ ରୋକ ଲଗାଇ ପରିବା ନାହିଁ ବୋଲି ରାୟ ଦେବା ପରେ ଏହି ଯାତ୍ରା ପ୍ରତି ଲୋକଙ୍କ ଆହୁରି ଆସ୍ଥା ବଢିଯାଇଛି । ଏ ଅବସରରେ ଅଞ୍ଚଳର ସୁଖ ସମୃଦ୍ଧି କାମନା କରିଥିଲେ । ଶୁଲିଆ ପୀଠର ଆହୁରି ବିକାଶ ପାଇଁ ଶୁଲିଆ ଯାତ୍ରା କମିଟିର କର୍ମକର୍ତ୍ତା ଓ ପୂଜକମାନଙ୍କ ସହ ଶ୍ରୀ ମିଶ୍ର ଆଲୋଚନା କରିଥିଲେ ।

jittmm
Leave A Reply

Your email address will not be published.