csstore

ଆକାଶବାଣୀ ବଲାଙ୍ଗିର କେନ୍ଦ୍ରର ନୂତନ ବର୍ଷ ବନ୍ଧୁ ମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆକାଶବାଣୀ, ଦୂରଦର୍ଶନ ଓ ବଲାଙ୍ଗିର କେନ୍ଦ୍ରର ସମସ୍ତ ସଦସ୍ୟଙ୍କ ମିଳିତ ସହଯୋଗରେ ନୂତନ ବର୍ଷ ଉପଲକ୍ଷେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅବସର ପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ବିଜୟ କୁମାର ପୁରୋହିତ ମୁଖ୍ୟଅତିଥି, ଯନ୍ତ୍ରୀ ସଞ୍ଜୟ କୁମାର ତାରଜନ୍ ଓ କେନ୍ଦ୍ର ମୁଖ୍ୟ ମନୋଜ କୁମାର ପୁଝାରୀ ମଞ୍ଚାସୀନ ଥିଲେ । ଅତିଥି ପରିଚୟ ତଥା ସଭା କାର୍ଯ୍ୟ ପରିଚାଳନା କରିଥିଲେ ଶ୍ରୀ ପୂଜାରୀ । କଳାକାର ସମ୍ମିଳିତ ସଦସ୍ୟମାନେ କବିତା ପାଠ, ସଙ୍ଗୀତ ପରିବେଷଣ, ଅଭିନୟ, ବ୍ୟଙ୍ଗ, କୁନି କଳାକାରମାନେ ରେକର୍ଡ ଡେନ୍ସ କରି ନିଜର କଳା ନିପୁଣତା ପ୍ରଦର୍ଶନ କରିଥିଲେ । ସର୍ବୋପରି ଆକାଶବାଣୀର ମୂଳ ମନ୍ତ୍ର ” ବହୁ ଜନ ହିତାୟ ବହୁ ଜନ ସୁଖାୟ”କୁ ଆଧାର କରି ଗୋଟିଏ ପରିବାରର ସଦସ୍ୟ ଭଳି କାମ କରିବାର ସଙ୍କଳ୍ପକୁ ସମସ୍ତେ ପୁନରାବୃତ୍ତି କରିଥିଲେ । ଉପସ୍ଥିତ ବରିଷ୍ଠ ସଦସ୍ୟ ଶରତ କୁମାର ନନ୍ଦ,ମନୋଜ କୁମାର ଦାଶ, କୀର୍ତ୍ତନ ଦୀପ, ସୌମେନ୍ଦ୍ର ପଟ୍ଟନାୟକ, ସଂସ୍କୃତି ପଟ୍ଟନାୟକ, ରତ୍ନମୟ ତ୍ରିପାଠୀ, ସସ୍ମିତା ନେପାକ, ଅନ୍ନପୂର୍ଣ୍ଣା ତ୍ରିପାଠୀ, ସନ୍ଦୀପ କୁମାର କୁଅଁର, କବିଶ୍ରୀ ନବକିଶୋର ବେହେରା, ଆରତୀ ପ୍ରିୟଦର୍ଶିନୀ, ଆଶା ଜ୍ୟୋତି ତ୍ରିପାଠୀ, ସଂଗୀତା ଶେଖର ଦେଓ, ଭାରତୀ ବାଗ, ଅନ୍ନପୂର୍ଣ୍ଣା ତ୍ରିପଠୀ, ପର୍ଥବି ଗୁରୁ, ସାବିତ୍ରୀ ତ୍ରିପାଠୀ ସହିତ ଅନ୍ୟମାନେ ନିଜର ଅନୁଭୂତି ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଆଗାମୀ ଦିନରେ ଏପରି ପରମ୍ପରା ବଜାୟ ରଖିଲେ ନୂତନ ପୀଢ଼ି ନିଜ ଜୀବନରେ ପ୍ରୟୋଗ କରି ସମାଜକୁ ଦିଗ୍ ଦର୍ଶନ ଦେବେ ବୋଲି ମୁଖ୍ୟ ଅତିଥି ବିଜୟ କୁମାର ପୁରୋହିତ ଆଶା ପୋଷଣ କରିଥିଲେ ।

jayashree
Leave A Reply

Your email address will not be published.