csstore

ଗଞ୍ଜାମ ଜିଲ୍ଲା ହେଡ୍-କ୍ୱାଟର ଛତ୍ରପୁର ହସ୍ପିଟାଲକୁ ଜିଲ୍ଲା ହସ୍ପିଟାଲ ଭାବେ ମାନ୍ୟତା ମିଳିବ : ସ୍ଵାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ା. ମୁକେଶ ମହାଲିଙ୍ଗ ଜିଲ୍ଲା ସଦରମହକୁମା ଛତ୍ରପୁର ସ୍ଥିତ ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି ନବନିର୍ମିତ ନିଃଶୁଳ୍କ ଡାୟାଲିସସ୍ ସେବା ସେଣ୍ଟରର ଆନୁଷ୍ଠାନିକ ଉଦ୍‌ଘାଟନ କରିଛନ୍ତି । ଗଞ୍ଜାମ ଜିଲ୍ଲା ହେଡ୍-କ୍ୱାଟର ଛତ୍ରପୁର ହସ୍ପିଟାଲକୁ ଜିଲ୍ଲା ହସ୍ପିଟାଲ୍ ଭାବେ ମାନ୍ୟତା ମିଳିବ ବୋଲି ସ୍ଵାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ପୂର୍ବତନ ଉପ-ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଛତ୍ରପୁର ପୌର ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ, ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଜିଲ୍ଲା ଲିଗାଲ ସେଲ୍ ଅଧ୍ୟକ୍ଷ ପ୍ରଦୀପ କୁମାର୍ ପାଢ଼ୀ, ପୂର୍ବତନ ସମିତି ସଭ୍ୟ ଏନ୍. ଦୁର୍ଯ୍ୟୋଧନ ରେଡ୍ଡୀ, ପି.ଆର୍‌.ଆଇ. ସଦସ୍ୟ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.