csstore

୩ୟ ବେଣୁଧର ମେମୋରିଆଲ ଫୁଟବେଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

  • ଟିଟିଲାଗଡ ରାଇଜିଂ ଷ୍ଟାର ଚମ୍ପିଆନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚନ୍ଦନଭାଟି ଠାରେ ୩ୟ ବେଣୁଧର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ଖେଳରେ ଟିଟିଲାଗଡ ରାଇଜିଂ ଷ୍ଟାର ଦଳ ନକଟାସର ଏଫଏ ଦଳକୁ ଟ୍ରାଇ ବ୍ରେକରରେ ୩ – ୨ ଗୋଲରେ ହରାଇ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି । ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ ଉଦ୍‌ଯାପନି ଉତ୍ସବରେ ଯୋଗଦେଇ ବିଜୟୀ ଓ ଉପ ବିଜେତା ଦଳକୁ ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ସକାଳୁ ଜିଲ୍ଲା ପରିଷଦ ଅଧକ୍ଷ୍ୟା ଦେବକୀ ସାହୁ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ବେହେରା ଯୋଗଦେଇ ପ୍ରତିଯୋଗିତା ଉଦ୍‌ଘାଟିତ କରିଥିଲେ । ଆଜିର ଏହି ପ୍ରତିଯୋଗିତାରେ ଚନ୍ଦନଭାଟି, ନକଟାସର ଏଫ୍‌ଏ, କଦଳିପାଲି ଏଫ୍‌ଏ ବରଗଡ, ବିଏନ୍‌ଏଏ ଜରାସିଂହା, ରାଇଜିଂ ଷ୍ଟାର ଟିଟିଲାଗଡ, ୟୁଥ କ୍ଲବ ବଲାଙ୍ଗିର, ମର୍ଣ୍ଣିଙ୍ଗ କ୍ଲବ ଭବାନିପାଟଣା ଓ ସ୍ପୋର୍ଟ୍ସ ହଷ୍ଟେଲ ବଲାଙ୍ଗିର ଭଳି ୮ଟି ଦଳ ଅଂଶ ଗ୍ରହଣ କରିଥିଲେ । ପ୍ରତିଯୋଗିତାର ମୁଖ୍ୟ ଆୟୋଜକ ତଥା ବିଶିଷ୍ଟ କ୍ରୀଡାବିତ ସୁକାନ୍ତ କୁମାର ପାଣିଗ୍ରାହୀ, ପ୍ରତିଯୋଗିତା କମିଟିର ଅଧକ୍ଷ୍ୟ କପିଳେଶ୍ୱର ପାଣୀଗ୍ରାହୀ, ସଂପାଦକ ପ୍ରଭୁଦତ୍ତ ପ୍ରଧାନଙ୍କ ସହିତ ସଭ୍ୟ ଶାନ୍ତନୁ ପୁରୋହିତ, ନୁଆଁଖାଉ ବେହେରା, କମଳ ଚୌଧୂରି, ଅମରେଶ ପ୍ରଧାନ, ଦଶରଥ ସେନାପତି, ବିଶ୍ୱମୟ ପୁଜାରୀ ଓ ଅନ୍ୟାନ୍ୟ ସଭ୍ୟମାନେ ସହେଯାଗ କରିଥିଲେ । ଅଞ୍ଜନ କୁଦେଇ, ସୁଧାଂଶୁ ସେଠ, ସଞ୍ଜିବ ମହାରଣା, କରୁିଣାକର ପ୍ରଧାନ, ଦେବାଶିଷ ଦାଶ ଓ ଜିତୁ କୁମାର ଦଲେଇ ଖେଳ ପରିଚାଳନା କରିଥିଲେ । ଆଜିର ଏହି ଏକ ଦିବସୀୟ ଫୁଟବଲ ପ୍ରତିଯୋଗିତାରେ ଅନ୍ୟତମ ଅତିଥି ଭାବେ ସରିତା ବାଗ, ଚନ୍ଦଭାଟି ସରପଞ୍ଚ ପଙ୍କଜିନି ସାହୁ, ବିଶିଷ୍ଟ କ୍ରୀଡାବିତ କରୁଣାକର ପୋଢ, ଅଜିତ ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ଓଡିଆରେ ହେମନ୍ତ କୁମାର ବେହେରା ଓ ଇଂରାଜିରେ ପ୍ରହଲ୍ଲାଦ ସାହୁ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.